Only for Entertainment

କୋଟିପତି ଅଟନ୍ତି ପାକିସ୍ତାନର ଏହି ଚା’ ବାଲା ସାଂସଦ ।

Free Press Journal
0 44

ପାକିସ୍ତାନର ସାଧାରଣ ନିର୍ବାଚନ ପ୍ରଚାର ସମୟରେ ଖୁବ ଚର୍ଚ୍ଚାରେ ରହିଥିଲେ ପାକିସ୍ତାନ ତେହରିକ-ଏ-ଇନସାଫ (ପିଟିଆଇ)ର ସାଂସଦ ଗୁଲ ଜଫର ଖାନ । ସେ ନିଜକୁ ଜଣେ ଚା’ ବିକାଳି ଭାବେ ଉପସ୍ଥାପିତ କରିଥିଲେ । ସୋସିଆଲ ମିଡିଆରେ ଏବଂ ଗଣମାଧ୍ୟମରେ ଏହାକୁ ନେଇ ବଡ଼ ଚର୍ଚ୍ଚା ମଧ୍ୟ ସୃଷ୍ଟି ହୋଇଥିଲା । ହେଲେ ଏବେ ଜଣାପଡିଛି ଯେ, ଏହି ସାଂସଦ ଜଣଙ୍କ କୋଟିପତି ଅଟନ୍ତି । ତାଙ୍କ ନିକଟରେ ୩ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ରହିଛି ।

କୁହାଯାଉଛି ଯେ, ଇମ୍ରାନ ଖାନଙ୍କ ଦଳ ପିଟିଆଇରୁ ଟିକେଟ ପାଇବା ପୂର୍ବରୁ ଗୁଲ ଜଫର ରାୱଲପିଣ୍ଡିର ଏକ ହୋଟେଲର ଚା’ ତିଆରି କାମ କରୁଥିଲେ । ଆଉ ନିର୍ବାଚନ ପ୍ରଚାର ସମୟରେ ତାଙ୍କର ଏହି ଫଟୋ ମଧ୍ୟ ଭାଇରାଲ ହୋଇଥିଲା । ଏବେ ସେ ସଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ ହୋଇଥିବା କାଗଜପତ୍ରରୁ ଜଣାପଡିଛି ଯେ, ତାଙ୍କ ନିକଟରେ ୧ କୋଟି ଟଙ୍କାର ସମ୍ପତ୍ତି ସହ ଦୁଇଟି ଘର ଏବଂ ବହୁ ପରିମାଣର ଜମି ରହିଛି ।

ସେହିପରି ତାଙ୍କର କପଡା ବ୍ୟବସାୟ ମଧ୍ୟ ରହିଛି । ନିର୍ବାଚନ ଜିତିବା ପରେ ସେ କହିଛନ୍ତି ଯେ, ଚା’ ତିଆରି ହେଉଛି ମୋର କାମ । ମୁଁ ସାଂସଦ ବନିଛି ଏବଂ ମୋର ଫୋକସରେ ଦେଶର ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ରହିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More