Only for Entertainment

ବରାକ ଓବାମାଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଲେ ମଲି୍ଲକା ଶେରାୱତ, କହିଲେ ଆପଣଙ୍କ ସହିତ ସାକ୍ଷାତ କରିବା ସମ୍ମାନର ବିଷୟ ।

ndtv
0 18

ମଲ୍ଲିକା ଶେରାୱତ ଲମ୍ବା ସମୟରୁ ବଲିଉଡ ଠାରୁ ଦୂରରେ ଅଛନ୍ତି । ଅନେକ ସମୟରୁ ସେ କୌଣସି ଫିଲ୍ମରେ ମଧ୍ୟ ନଜର ଆସିନାହାଁନ୍ତି । କିନ୍ତୁ ସୋସିଆଲ ମିଡିଆରେ ସେ ଖୁବ ଆକ୍ଟିଭ ରହିଥାନ୍ତି । ଅଭିନେତ୍ରୀ ମଲ୍ଲିକା ଶେରାୱତ ଆମେରିକୀୟ ପୂର୍ବ ରାଷ୍ଟ୍ରପତି ବରାକ ଓବାମାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହିତ ତାଙ୍କୁ ସାକ୍ଷାତ କରିବା ସମ୍ମାନ ଏବଂ ସୌଭାଗ୍ୟର କଥା ବୋଲି କହିଛନ୍ତି ।

 

ଅଭିନେତ୍ରୀ ବରାକ ଓବାମାଙ୍କ ସହିତ ତାଙ୍କର ଏକ ଫଟୋ ଇଂଷ୍ଟାଗ୍ରାମରେ ସେୟାର କରିଛନ୍ତି । ଫଟୋରେ ଦୁହଁ ହସୁଥିବାର ଦେଖିବାକୁ ମିଳିଛି । ଆପଣଙ୍କୁ କହିରଖୁଛୁ ଯେ ୪ ଆଗଷ୍ଟରେ ଓବାମା ନିଜର ୫୭ ତମ ଜନ୍ମଦିନ ପାଳନ କରିଛନ୍ତି ।

ଏହା ପୂର୍ବରୁ ମଲ୍ଲିକା ୨୦୧୧ରେ ଲସ ଏଞ୍ଜେଲସରେ ଓବାମାଙ୍କ ସହିତ ସାକ୍ଷାତ କରିଥିଲେ । ଫିଲ୍ମ ବିଷୟରେ କହିବାକୁ ଗଲେ ମଲ୍ଲିକା ଏବେ ନିଜର ହଲିଉଡ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More