Only for Entertainment

ସିଦ୍ଧାର୍ଥଙ୍କୁ ଜୋତା ଦେଖାଇବାରୁ ୱାଇଲଡ ହେଲେ ଫ୍ୟାନ, ଟ୍ୱିଟରରେ ଟ୍ରେଣ୍ଡ କଲା ‘କୌନ ହୈ ମାହିରା’, ଖୁବଶୀଘ୍ର ବାହାର କର

idiva
55

ବିଗବସ ୧୩ର ବହୁ ଚର୍ଚ୍ଚିତ ଚେହେରା ହେଉଛନ୍ତି ବିବାଦୀୟ ପ୍ରତିଯୋଗୀ ସିଦ୍ଧାର୍ଥ ଶୁକ୍ଳା । ଘରର କିଛି ପ୍ରତିଯୋଗୀଙ୍କ ସହିତ ସିଦ୍ଧାର୍ଥଙ୍କ ସଂପର୍କ ଭଲ ନଥିବା ବେଳେ ଏକାଧିକ ପ୍ରତିଯୋଗୀଙ୍କ ସହିତ ଏକ ଭଲ ବଣ୍ଡ୍ ଶେୟାରୁ କରୁଛନ୍ତି ଏହି ହ୍ୟାଣ୍ଡସମ ଆକ୍ଟର । ବିଗବସ ଘରେ ଯଦି ସିଦ୍ଧାର୍ଥଙ୍କୁ କିଏ ଅଧିକ ବୁଝୁଥାଏ ସେ ହେଉଛନ୍ତି ଆସୀମ ରିୟାଜ୍ । ଦୁଇଜଣଙ୍କୁ ରାମ ଲକ୍ଷ୍ମଣର ଟ୍ୟାଗଲାଇନ ମଧ୍ୟ ଦିଆଯାଇଛି । ତେବେ କୁହାଯାଉଛି ସିଦ୍ଧାର୍ଥ ଖୁବ କମ ସମୟରେ ରାଗି ଯାଉ ଥିବାରୁ ଘରର କିଛି ପ୍ରତିଯୋଗୀ ତାଙ୍କୁ ଅଧିକ ଚିଡ଼ାଇ ତାଙ୍କ ଇମେଜକୁ ଖରାପ କରିବାକୁ ଚାହୁଁଛନ୍ତି, ଏବଂ ଅଧିକାଂଶ ସମୟରେ ଏହିଭଳି ଘଟଣା କ୍ୟାମେରାରେ ମଧ୍ୟ ଦେଖିବାକୁ ମିଳୁଛି ।

ଗତ ଗୁରୁବାର ଏପିସୋଡରେ ମାହିରା ଶର୍ମା ସିଦ୍ଧାର୍ଥଙ୍କୁ ଜୋତା ଦେଖାଇବା ଦୃଶ୍ୟ ଫ୍ୟାନ୍ସଙ୍କୁ ଖୁବ ଆଘାତ ଦେଇଛି । ଯାହାପରେ ଟ୍ୱିଟରରେ ଟ୍ରେଣ୍ଡ କରୁଛି ‘କୌନ ହୈ ମାହିରା’ । ଖୁବଶୀଘ୍ର ମାହିରାଙ୍କୁ ଘରୁ ବାହାର କରିବା ପାଇଁ ମଧ୍ୟ ୟୁଜର ଲେଖିଛନ୍ତି । ଆଉ ଜଣେ ଲେଖିଛନ୍ତି ସ୍ୱାମୀ ଓମ, ପ୍ରିୟଙ୍କା ଜଗ୍ଗା ଏବଂ ସୁରଭି ରାଣା ଠାରୁ ଅଧିକ ବିରକ୍ତିକର ମାହିରା ଶର୍ମା । ତେବେ ବାକି ରହିଲା ‘ୱିକେଣ୍ଡ କା ବାର’ରେ ଟ୍ୱିଷ୍ଟ ଦେଖିବା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More