Only for Entertainment

ପାକିସ୍ତାନର ସେନା ପ୍ରମୁଖଙ୍କୁ ଆଲିଙ୍ଗନ କରି ସମାଲୋଚିତ ହେଲେ ସିଦ୍ଧୁ !

0 41

ଇମରାନ ଖାନ ପାକିସ୍ତାନର ୨୨ତମ ପ୍ରଧାନମନ୍ତ୍ରୀ ହିସାବରେ ଶପଥ ଗ୍ରହଣ କରିଛନ୍ତି । ତାଙ୍କର ଏହି ଶପଥ ପ୍ରହଣ ସମାରୋହରେ ଭାରତର ପୂର୍ବ କ୍ରିକେଟର ଏବଂ ପଂଜାବର ମନ୍ତ୍ରୀ ନବଜୋତ ସିଦ୍ଧୁ ଯୋଗ ଦେଇଥିଲେ । ସମାରୋହରେ ପହଂଚି ସିଦ୍ଧୁ ପାକିସ୍ତାନର ସେନା ମୁଖ୍ୟଙ୍କୁ ଆଲିଙ୍ଗନ କଲେ । ସିଦ୍ଧୁଙ୍କର ଏଭଳି ଆଲିଙ୍ଗନ ପାଇଁ ଭାରତରେ ଖୁବ ଆଲୋଚନା ହେବାରେ ଲାଗିଛି ।

ଇମରାନ ଖାନ ଫୋନ ଯୋଗେ ସିଦ୍ଧୁଙ୍କୁ ନିଜର ଶପଥ ଗ୍ରହଣ ସମାରୋହରେ ନିମନ୍ତ୍ରଣ କରିଥିଲେ । ଯାହାକୁ ସେ ସ୍ୱୀକାର କରି ପଡୋଶୀ ଦେଶ ଯିବା ଲାଗି ନିର୍ଣ୍ଣୟ ନେଇଥିଲେ । ଯଦିଓ ତାଙ୍କର ଏହି ଯାତ୍ରାକୁ ଭାରତରେ ବିରୋଧ କରାଯାଇଥିଲା । କିନ୍ତୁ ସେ କହିଥିଲେ ଶାନ୍ତି ଏବଂ ସମ୍ପର୍କ ଯୋଡିବା ପାଇଁ ଚାହୁଁଥିବା ବ୍ୟକ୍ତି ମୁଖ୍ୟ ଅଟେ । ବିଜେପି ସାଂସଦ ସୁଭ୍ରମଣ୍ୟମ ସ୍ୱାମୀ କହିଥିଲେ ଯି ପାକିସ୍ତାନ ଯିବ ସେ ଦେଶଦ୍ରୋହୀ ଅଟେ । ଏହାପରେ ମଧ୍ୟ ସେ ସମାରୋହରେ ଯୋଗ ଦେଇଛନ୍ତି । ସିଦ୍ଧୁଙ୍କ ବ୍ୟତୀତ ପୂର୍ବ କ୍ରିକେଟର କପିଲ ଦେବ ଏବଂ ସୁନୀଲ ଗାଭାସ୍କରଙ୍କୁ ନିମନ୍ତ୍ରଣ ଆସିଥିଲା ମାତ୍ର ସେମାନେ ଏହାକୁ ଅସ୍ୱୀକାର କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More