Only for Entertainment

କେବେ ଅଡିଶନରେ ଆଲିଆଙ୍କୁ ରିଜେକ୍ଟ କରିଥିଲେ ସଂଜୟ ଲୀଲା ଭଂସାଲୀ, ଆଜି ତାଙ୍କ ଫିଲ୍ମରେ କରୁଛନ୍ତି କାମ

bollywood tadka
24

ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଏତେ କମ ବୟସରେ ବଲିଉଡରେ ଯେଉଁ ସ୍ଥାନରେ ଅଛନ୍ତି ତାହା ବାକି ଅଭିନେତ୍ରୀଙ୍କ ପାଇଁ ସ୍ୱପ୍ନ । ନିଜ ଅଭିନୟ ବଳରେ ସେ ବଲିଉଡରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସେଥିପାଇଁ ତ ଆଲିଆଙ୍କ ପାଖରେ ଏବେ ଫିଲ୍ମର ଲମ୍ବା ଲାଇନ ଲାଗିଛି । ଆଲିଆ ଏବେ ସଂଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ଇଂଶାଲ୍ଲାହ’ ଏବଂ ରାଜାମୌଲୀଙ୍କ ଫିଲ୍ମ ‘ଟ୍ରିପଲ ଆର’କୁ ନେଇ ବେଶ ଉତ୍ସାହିତ ଅଛନ୍ତି ।

alia-bhatt

ନିକଟରେ ଏକ ଇଣ୍ଟରଭ୍ୟୁରେ ଆଲିଆ କହିଥିଲେ ନିର୍ଦ୍ଦେଶନା କ୍ଷେତ୍ରରେ ଦୁହେଁ ଏକ ସମାନ । ଆଲିଆ କହିଛନ୍ତି ଯେ, ଦୁହିଁଙ୍କ ସହିତ କାମ କରିବା ମୋ ପାଇଁ ଖୁବ ବଡ କଥା । ଆଲିଆ ଆଉ ମଧ୍ୟ କହିଛନ୍ତି ଏହି ଦୁଇ ନିର୍ଦ୍ଦେଶକଙ୍କ ମଧ୍ୟରେ ଏକ ସମାନତା ରହିଛି ତାହା ହେଉଛି ଦୁହେଁ ନିଜ ଫିଲ୍ମ ପାଇଁ ବେଶ ନିଷ୍ଠାପରଥାନ୍ତି । ଏହା ସହିତ ଦୁହେଁ ନିଜ କାମକୁ ନେଇ ଖୁବ ଖୋଲା । ମୋତେ ବିଶ୍ୱାସ ନଥିଲା ମୁଁ ଏହି ଦୁଇ ମହାନ ନିର୍ଦ୍ଦେଶକଙ୍କ ସହିତ କେବେ କାମ କରିବି ।

କହିରଖୁଛୁ ଯେ, ଆଲିଆ ଯେବେ ୯ ବର୍ଷର ଥିଲେ ସେ ୨୦୦୫ରେ ସଂଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ବ୍ଲାକ’ ପାଇଁ ଅଡିଶନ ଦେଇଥିଲେ । ସେତେବେଳେ ସଂଜୟ ତାଙ୍କୁ ରିଜେକ୍ଟ କରିଦେଇଥିଲେ । କିନ୍ତୁ ଆଜି ଆଲିଆ ଭଂସାଲୀଙ୍କ ଫିଲ୍ମ ‘ଇଂଶାଲ୍ଲାହ’ରେ କାମ କରୁଛନ୍ତି । ଏହି ଫିଲ୍ମରେ ସେ ପ୍ରଥମ ଥର ପାଇଁ ସଲମାନ ଖାନଙ୍କ ସହିତ ସ୍କ୍ରିନ ସେୟାର କରିବେ । ଫିଲ୍ମର ସୁଟିଂ ଅଗଷ୍ଟରୁ ଆରମ୍ଭ ହେବ । ଏହା ସହିତ ଆଲିଆ ପ୍ରଥମଥର ପାଇଁ ‘ଟ୍ରିପଲ ଆର’ରେ ତେଲଗୁ ଷ୍ଟାର ରାମଚରଣଙ୍କ ସହିତ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More