Only for Entertainment

ପ୍ରତିଦିନ ବ୍ୟବହାର ହେଉଥିବା ପିଆଜର ଔଷଧୀୟ ଗୁଣ ସମ୍ପର୍କରେ ଜାଣନ୍ତୁ ।

BBC Good Food
0 45

ଭାରତୀୟଙ୍କ ରୋଷେଇ ପ୍ରଣାଳୀରେ ପିଆଜ ଏକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ , ଯାହା ରାନ୍ଧଣାର ସ୍ୱାଦ ବଢାଇଥାଏ ।ପିଆଜରେ ଅନେକ ପ୍ରକାର ରୋଗପ୍ରତିରୋଧକ ଶକ୍ତି ମଧ୍ୟ ଥାଏ । ଏଥିରେ ପୋଟାସିୟମ, ଆଇରନ ,ସୋଡିୟମ ଓ ଫାଇବର ଇତ୍ୟାଦି ଗୁଣ ବହୂ ପରିମାଣରେ ମହଜୁଦ ଥାଏ । କଞ୍ଚା ପିଆଜରେ ଅଧିକ ପରିମାଣର ସଲଫର ଥିବାରୁ ଏହା ସ୍ୱାସ୍ଥ୍ୟ ପକ୍ଷେ ହିତକର ।

କେଶର ସୁରକ୍ଷା ପାଇଁ
ଲାଲ ପିଆଜ ସୈାନ୍ଦର୍ଯ୍ୟ ପାଇଁ ବେଶ ଲାଭକାରୀ । ଆରବ ଦେଶମାନଙ୍କରେ ଚନ୍ଦାପଣ ଓ କେଶ ଝଡିବା ସମସ୍ୟାର ସମାଧାନ ପାଇଁ ପିଆଜର ବହୁଳ ବ୍ୟବହାର କରାଯାଇଥାଏ । ପିଆଜ ରସରେ ଲୁଣ ଓ ଗୋଲମରିଚ ମିଶାଇ କେଶ ମୂଳରେ ଲଗାଇଲେ କେଶ କୋମଳ ହେବା ସହ ସିଲ୍କି ହୋଇଥାଏ ।

ଶ୍ୱାସରୋଗ ରୋଗର ଚିକିିତ୍ସାରେ ପିଆଜ
ଶ୍ୱାସରୋଗ ପାଇଁ ପିଆଜ ବହୁତ ଉପକାରୀ । ପିଆଜରେ ବହୁଳ ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ଭରି ରହିଥିବାରୁ ଏହା ଶରୀରରେ  ହେଉଥିବା ଏଲର୍ଜିରୁ ରକ୍ଷାକରିଥାଏ । ଶ୍ୱାସରୋଗର ଉପଶମ ପାଇଁ ପିଆଜକୁ ଔଷଧ ରୂପେ ବ୍ୟବହାର କରାଯାଏ ।

କର୍କଟ ରୋଗରୁ ସୁରକ୍ଷା ପାଇଁ ପିଆଜ
ପିଆଜ ଓ ହଳଦୀ ଏକାଠି ମିଶାଇ ସେବନ କଲେ କର୍କଟ ରୋଗ ହେବାର ଆଶଙ୍କା କମିଯାଏ । ସ୍ତନକର୍କଟ, ମଳାଶୟ କର୍କଟ, ମୁଖକର୍କଟରୁ ରକ୍ଷାକରିଥାଏ ପିଆଜ । ପିଆଜରେ ଥିବା ଖାସ ଗୁଣ କର୍କଟର ପ୍ରଭାବକୁ ଶରୀରରୁ ବାହାର କରିବାରେ ସାହାଯ୍ୟ କରିଥାଏ । ଆପଣ ଯଦି କର୍କଟ ପରି ଦୁରାରୋଗ୍ୟ ରୋଗରୁ ରକ୍ଷା ପାଇବା ପାଇଁ ଚାହୁଛନ୍ତି ନିୟମିତ ରୁପେ କିଛି କିଛି ପିଆଜ ଖାଇବା ଜରୁରୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More