Only for Entertainment

ସଲମାନଙ୍କ ପରେ ଏବେ ସର୍କିଟ ମଧ୍ୟ ସଂଜୁଙ୍କ ଉପରେ ଦେଲେ ବଡ଼ ବୟାନ,କହିଲେ କିଛି ବି କର କିନ୍ତୁ……..

bollywood tadka
0 109

ଫିଲ୍ମ ସଂଜୁ ପାଇଁ ସମସ୍ତେ ଏକ୍ସାଇଟେଡ । କିନ୍ତୁ ବଲିଉଡ ତାରକା ଏବଂ ବାସ୍ତବ ଜୀବନରେ ସଂଜୟଙ୍କ ନିକଟରେ ରହୁଥିବା ଲୋକ କ’ଣ କହୁଛନ୍ତି ତାହା ଭାବିବାର ବିଷୟ । ଫିଲ୍ମ ମୁନ୍ନାଭାଇ ଏମବିବିଏସରେ ସଂଜୟଙ୍କ ସହିତ କାମ କରିଥିବା ଅରଶଦ ବାର୍ସୀ କିଛି ଏଭଳି କହିଛନ୍ତି ।

ଫିଲ୍ମରେ ଯେଉଁଠାରେ ସମସ୍ତେ ରଣବୀରଙ୍କ ଅଭିନୟକୁ ପସନ୍ଦ କରୁଛନ୍ତି,ସେଠାରେ ସଂଜୟଙ୍କ କୋ ଷ୍ଟାର ସର୍କିଟ ବା ଅରଶଦ ବାର୍ସୀ କହିଛନ୍ତି ରଣବୀର କପୁର ସଂଜୟ ଦତ୍ତଙ୍କ ଚରିତ୍ରରେ ସାନଦାର ଲାଗୁଛନ୍ତି । କିନ୍ତୁ ଅନ୍ୟ ଭଳି କହିବା ଏବଂ ଅନ୍ୟ ଭଳି ହେବା ତାହା ଭିନ୍ନ ପ୍ରକାରର କଥା ।

ଅରଶଦ ଏହା ମଧ୍ୟ କହିଛନ୍ତିଯେ ‘ସଂଜୁ କେବଳ ସଂଜୁ’ । ଆପଣ ଯାହା ବି କରନ୍ତୁ କିନ୍ତୁ ତାଙ୍କଭଳି ହୋଇପାରିବେ ନାହିଁ । ଇଣ୍ଡଷ୍ଟ୍ରିରେ କେବଳ ଜଣେ ସଂଜୟ ଦତ୍ତ । ମୋତେ ଅନୁଭବ ହେଉନାହିଁଯେ ଅନ୍ୟ କେହି ତାଙ୍କ ଭଳି ହୋଇପାରିବ ।

ଖବର ଅନୁସାରେ ପୂର୍ବରୁ ସଲମାନ ମଧ୍ୟ ସଂଜୟଙ୍କ ଚରିତ୍ରକୁ ନେଇ କିଛି ଏଭଳି କହିଥିଲେ । ସେ କହିଥିଲେଯେ ରଣବୀର ସଂଜୟ ଦତ୍ତଙ୍କ ଚରିତ୍ରରେ ଏତେ ଖାସ ଲାଗୁ ନାହାଁନ୍ତି । ସଂଜୟ ଦତ୍ତଙ୍କ ରୋଲ କେବଳ ସଂଜୟ ଦତ୍ତ କରିପାରିବେ । ବଲିଉଡର କୌଣସି ଆକ୍ଟରଙ୍କ ମଧ୍ୟରେ ସେହି କଥା ନାହିଁ ଯିଏ ସଂଜୟଙ୍କ ଚରିତ୍ରକୁ ଅନସ୍କ୍ରିନ ପରଦାକୁ ଆଣିପାରିବ । ଫିଲ୍ମରେ ରଣବୀର ସଂଜୟଙ୍କ ୨୦ ବର୍ଷରୁ ଆରମ୍ଭ କରି ୫୮ ବର୍ଷ ବୟସ ପର୍ଯ୍ୟନ୍ତ ଚରିତ୍ରରେ ଅଭିନୟ କରିଛନ୍ତି । ଏହି ଉପରେ ସଲମାନ କହିଛନ୍ତିଯେ ଫିଲ୍ମର ପରବର୍ତ୍ତୀ ମୁହୂର୍ତ୍ତର ଭାଗକୁ ଯଦି ନିଜେ ସଂଜୟ ଦତ୍ତ କରିଥାନ୍ତେ ତେବେ ଅଧିକ ଭଲ ହୋଇଥାନ୍ତା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More