Only for Entertainment

ଗୌତମ ଗମ୍ଭୀରଙ୍କୁ ଟିକେଟ ଦେବାରୁ ଦିଲ୍ଲୀ ବିଜେପିରେ ବିରୋଧ । ହାଇକମାନ କହିଲେ ପୁଣିଥରେ……… ।

punjabkesari
53

କ୍ରିକେଟର ଗୌତମ ଗମ୍ଭୀର ଏବେ ରାଜନୀତି ଲଢିବେ । କିନ୍ତୁ ପାର୍ଟିକୁ ଆସିବା ପରେ କିଛି ଠିକ ଚାଲିନାହିଁ । କାରଣ ହେଉଛି ନିର୍ବାଚନ କ୍ଷେତ୍ରକୁ ସେଲିବ୍ରେଟୀ ମାନଙ୍କୁ ଆଣିବା ଦ୍ୱାରା ଦିଲ୍ଲୀର ଇକାଇର କିଛି ସଦସ୍ୟ ଖୁସି ନାହାଁନ୍ତି । ହାଇକମାନ ଦିଲ୍ଲୀର ୭ଟି ଲୋକସଭା ସିଟର ସମ୍ଭାବ୍ୟ ଆଶାୟୀ ପ୍ରାର୍ଥୀଙ୍କ ନାମ ମାଗିଥିଲେ । କିନ୍ତୁ ଭାଜପା ନିର୍ବାଚନ ସମିତିର କିଛି ସଦସ୍ୟ ନିଜର ନାମ ପଠାଇଦେଲେ । ଏହାପରେ ହାଇକମାନ ପୁଣିଥରେ ଲିଷ୍ଟ ପଠାଇବାକୁ କହିଲେ ।

ଶୁକ୍ରବାରକୁ ଦିଲ୍ଲୀ ଭାଜପା ନିର୍ବାଚନ ସମିତି ରାଷ୍ଟ୍ରୀୟ ରାଜଧାନୀର ୭ଟି ଲୋକସଭା ସିଟ ପାଇଁ ତିନି ତିନିଟି ନାମ ପଠାଇଥିଲେ । ଏହି ମଧ୍ୟରେ ଗୌତମ ଗମ୍ଭୀରଙ୍କ ନା ମଧ୍ୟ ଥିଲା । ଅବଶ୍ୟ ଯେତେବେଳେ ଗମ୍ଭୀର ଭାଜପାରେ ସାମିଲ ହେଲେ କୁହାଯାଉଥିଲାଯେ ସେ ନୂଆ ଦିଲ୍ଲୀର ଲୋକସଭା ସିଟରୁ ନିର୍ବାଚନ ଲଢିପାରନ୍ତି, କିନ୍ତୁ ଲିଷ୍ଟରେ ତାଙ୍କ ନାମ ନଥିଲା । ଏହି ସୂଚୀ ରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ, ଦିଲ୍ଲୀ ଭାଜପା ସଙ୍ଗଠନ ସଚିବ ସିଦ୍ଧାର୍ଥନ ଏବଂ ଜୟଭାନ ସିଂଙ୍କ ସମେତ ବରିଷ୍ଠ ନେତାମାନଙ୍କୁ ପଠା ଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More