Only for Entertainment

ସ୍ୱୟମ୍ ପାଢୀ-ସରିତାଙ୍କ କଣ୍ଠରେ ରିଲିଜ ହେଲା ଓଡିଆ ମନଛୁଁଆ ଗୀତ ‘ଓରେ ଓରେ ସାଥିରେ’, ଦେଖନ୍ତୁ ଭିଡିଓ

you tube
89

ମୁକ୍ତିଲାଭ କଲା ଓଡିଆ ମନଛୁଁଆ ଗୀତ ‘ଓରେ ଓରେ ସାଥିରେ’ । ଓଡିଆ ୱାନ୍ ୟୁଟୁବ୍ ଚ୍ୟାନେଲରେ ଏହି ଗୀତର ସଷ୍ଟୁଡିଓ ଭର୍ସନ୍ ଶୁଣିବାକୁ ମିଳିଛି । ଏହି ଗୀତରେ ଶୁଣିବାକୁ ମିଳିଛି ସ୍ୱୟମ୍ ପାଢୀ ଓ ସରିତା ମିଶ୍ରଙ୍କ ଆକର୍ଷଣୀୟ ଗାୟିକୀ । ଷ୍ଟୁଡିଓ ଭିତରେ ଉଭୟ ସ୍ୱୟମ୍ ଓ ସରିତା ଏକାଠି କଣ୍ଠଦାନ କରିବାରେ ନଜର ଆସିଛନ୍ତି । ଆକର୍ଷଣୀୟ ସଙ୍ଗୀତ ସହ ହୃଦୟସ୍ପର୍ଶୀ ଲିରିକ୍ସ ଶୁଣିବାକୁ ମିଳିଛି ଏହି ଗୀତରେ ।

ଏଥିରେ ସଙ୍ଗୀତର ଭାର ତୁଲାଇଛନ୍ତି ସରୋଜ ସାମଲ୍ । ଗୀତିକାର ପୁଷ୍ପକ ପରିଡା ଏହି ଗୀତର ଲିରିକ୍ସ ଦେଇଛନ୍ତି । ଆଉ ଏଥିରେ ମ୍ୟୁଜିକ୍ ଆରେଂଜ୍ କରିଛନ୍ତି ସିତୁ ରଥ । ୟୁଟୁବ୍ରେ ମୁକ୍ତିଲାଭ କରିଥିବା ଏହି ଷ୍ଟୁଡିଓ ଭର୍ସନ ଗୀତକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ହଜାର୍ ହଜାର୍ ଦର୍ଶକ ଏହି ଗୀତକୁ ଦେଖିଥିବାବଳେ, ଆଗକୁ ଏହାର ଚାହିଦା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଖୁବଶୀଘ୍ର ଏହାକୁ ନେଇ ଏକ ଭିଡିଓ ପ୍ରସ୍ତୁତ କରିବାକୁ ଯୋଜନା କରୁଛନ୍ତି ମେକର୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More