Only for Entertainment

ପ୍ରସ୍ତୁତ କରନ୍ତୁ ପାନରେ ତିଆରି ଆଇସକ୍ରିମ !

42

ସାମଗ୍ରୀ:
ପାନ ପତ୍ର : ୫ଟି
କ୍ଷୀର: ୪ଚାମଚ
ଗୁଲକନ୍ଦ: ୨ଚାମଚ
ପାନମଧୁରୀ: ୧ଚାମଚ
ଗୁଜୁରାତି ପାଉଡର: ୧/୨ଚାମଚ
କଣ୍ଡେସ୍ଡ ମିଲ୍କ: ୧/୨କପ (୧୦୦ଗ୍ରାମ)
ଫ୍ରେସ କ୍ରିମ: ୨୫୦ଗ୍ରାମ
ଟୁଟି ଫ୍ରୁଟି

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ମିକ୍ସର ଗ୍ରାଇଣ୍ଡରରେ ପାନ, ଗୁଲକନ୍ଦ, ପାନମଧୁରୀ, ଗୁଜୁରାତି ଏବଂ କ୍ଷୀର ପକାନ୍ତୁ ।

ଏହାପରେ ଏହାକୁ ଭଲ ଭାବେ ପେଷ୍ଟ କରନ୍ତୁ ।

ପୁଣି ଏକ ପାତ୍ରରେ ଫ୍ରିଜରେ ଥିବା ଫ୍ରେଶ କ୍ରିମ ବାହାର କରନ୍ତୁ ଏବଂ ଏଥିରେ କଣ୍ଡେସ୍ଡ ମିଲ୍କ ପକାନ୍ତୁ ।

ଏହାକୁ ବ୍ଲେଣ୍ଡରରେ ବ୍ଲେଣ୍ଡ କରନ୍ତୁ । ପାଖା ପାଖି ୧୦-୧୫ମିନିଟ ପରେ ଆପଣ ଦେଖିବେ କ୍ରିମ ମୋଟା ହୋଇଛି କି ନାହିଁ ।

ଏହାପରେ ପାନ ପେଷ୍ଟକୁ ଏଥିରେ ମିଶାଇ ୫ମିନିଟ ପର୍ଯ୍ୟନ୍ତ ଗୋଳାନ୍ତୁ ।

ଏହି କ୍ରିମକୁ ଏକ କଂଟେନରରେ ପକାଇ , ଏଥିରେ କିଛି ଟୁଟି ଫ୍ରୁଟି ଓ ଡ୍ରାଏ ଫ୍ରୁଟ ମିଶାଇ ବନ୍ଦ କରି ଏହାକୁ ୭ରୁ ୮ଘଂଟା ପାଇଁ ଫ୍ରିଜରେ ରଖି ଦିଅନ୍ତୁ ।

ଏହାପରେ ଫ୍ରିଜରୁ କାଢି ପରଷନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More