Only for Entertainment

ରୋମାଂଟିକ ଅନ୍ଦାଜରେ ନଜର ଆସିଲେ ବିକ୍କି କୌଶଲ ଏବଂ ନୋରା ଫତେହି, ଦେଖନ୍ତୁ ଭିଡିଓ !

51

ବଲିଉଡ ଅଭିନେତ୍ରୀ ନୋରା ଫତେହୀ ଏବଂ ଅଭିନେତା ବିକ୍କି କୌଶଲଙ୍କ ଅପକମିଂ ରୋମାଂଟିକ ସଙ୍ଗ ‘ପଛତାଓଗେ’ର ଟିଜର ରିଲିଜ ହୋଇଛି । ଟିଜରରେ ନୋରା ଫତେହି ଏବଂ ବିକ୍କି କୌଶଲଙ୍କ ରୋମାଂଟିକ ଅନ୍ଦାଜ ସହ ଅଭିନେତ୍ରୀଙ୍କ ଡାନ୍ସ ତଡକା ମଧ୍ୟ ସାମିଲ ରହିଛି । ପ୍ରଥମ ଥର ବିକ୍କି ଏବଂ ନୋରା ଫତେହି ଏକାସହ ନଜର ଆସିଛନ୍ତି ।

ଏହାପୂର୍ବରୁ ନା ସେ କୌଣସି ଫିଲ୍ମରେ କାମ କରିଥିଲେ, ନା’ ହି କୌଣସି ଆଲବମରେ ଦେଖା ଦେଇଛନ୍ତି । ‘ପଛତାଓଗେ’ ଟିଜର ପୂର୍ବରୁ ଏହାର ପୋଷ୍ଟର ଖୁବ ଚର୍ଚ୍ଚାରେ ରହିଥିଲା ।

ଗୀତର ପୋଷ୍ଟରରେ ବିକ୍କି ଏବଂ ନୋରା ରୋମାଂଟିକ ଅନ୍ଦାଜରେ ନଜର ଆସିଥିଲେ ।\nନୋରା ଫତେହୀ ଏବଂ ବିକ୍କି କୌଶଲଙ୍କ ଗୀତ ପଛତାଓଗେ ଚଳିତ ମାସ ୨୩ତାରିଖରେ ରିଲିଜ ହେବ ।\nଏଠାରେ ଆମେ କହି ରଖୁଛୁ ଯେ ନୋରା ନିକଟରେ ସାକି ସାକି ଗୀତରେ ଫ୍ୟାନ୍ସଙ୍କ ହୃଦୟ ଜିତିଥିଲେ । ଏହାବ୍ୟତୀତ ସେ ଷ୍ଟ୍ରିଟ ଡାନ୍ସର’ରେ ମଧ୍ୟ ସେ ନଜର ଆସିବେ । ସେହିଭଳି ବିକ୍କି କୌଶଲଙ୍କ ବିଷୟରେ କହିବାକୁ ଗଲେ ସେ ‘ଟିକେଟ ଟୁ ବଲିଉଡ’ ସୁଟିଂରେ ବ୍ୟସ୍ତ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More