Only for Entertainment

ଫିଲ୍ମ ପଦ୍ମାବତୀକୁ ନେଇ ଦାବି ରଖିଲେ କରଣୀ ସେନା ସଂସ୍ଥାପକ କାଲୱି, କହିଲେ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ

NDTV
0 34

କରଣୀ ସେନାଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନର ବିରୋଧ ଯୋଗୁଁ ଫିଲ୍ମ ପଦ୍ମାବତୀକୁ କିଛି ସମୟ ପାଇଁ ସ୍ଥଗିତ ରଖାଯାଇଛି । କେତୋଟି ରାଜ୍ୟରେ ମଧ୍ୟ ଫିଲ୍ମକୁ ବ୍ୟାନ୍ କରିଦିଆଯାଇଛି । ଫିଲ୍ମକୁ ନେଇ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବଢିଚାଲିଛି କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ସମାଧାନ ହୋଇପାରିନାହିଁ । ଏହି ବିବାଦ ମଧ୍ୟରେ କରଣୀ ସେନାର ସଂସ୍ଥାପକ ଲୋକେନ୍ଦ୍ର ସିଂ କାଲୱି ଫିଲ୍ମ ପଦ୍ମାବତୀ ଉପରେ ଦେଶରେ ପ୍ରତିବନ୍ଧକ ଲଗାଇବାପାଇଁ ପ୍ରଧାନମନ୍ତ୍ରୀଙ୍କୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତିଯେ ସିନେମାଟୋଗ୍ରାଫି ଆକ୍ଟ ଅନୁସାରେ ଫିଲ୍ମ ରିଲିଜ ହେବା ପୂର୍ବରୁ କେନ୍ଦ୍ର ସରକାର ତାହାକୁ ରୋକିପାରିବେ ।
କାଲୱି ମିଡିଆ ମଧ୍ୟମରେ କହିଛନ୍ତିଯେ ପ୍ରଧାନମନ୍ତ୍ରୀଙ୍କୁ ଏହି ମାମଲାରେ ହସ୍ତକ୍ଷେପ କରିବା ଦରକାର ଏବଂ ଫିଲ୍ମ ରିଲିଜକୁ ବନ୍ଦ କରିବା ଦରକାର । ସେ କହିଛନ୍ତିଯେ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏହି ବିବାଦରେ ଆଗକୁ ବଢିଛନ୍ତି ଏବଂ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏଥିରେ ହସ୍ତକ୍ଷେପ କରିବେ ବୋଲି ମଧ୍ୟ ସେ ଆଶା କରୁଛନ୍ତି । ଫିଲ୍ମରେ ଦେଶସାରା ପ୍ରତିବନ୍ଧକ ଲଗାଇବାକୁ ଯଦି ଦରକାର ପଡ଼େ ତେବେ ତାଙ୍କ ସଂଗଠନ ଉଚ୍ଚତ୍ତମ ନ୍ୟାୟାଳୟକୁ ଯିବେବୋଲି ସେ କହିଛନ୍ତି ।
ଖବର ମୁତାବକ ରାଜସ୍ଥାନ, ମଧ୍ୟପ୍ରଦେଶ , ହରିୟାଣା, ଉତ୍ତରପ୍ରଦେଶ ଏବଂ ଗୁଜୁରାଟରେ ଭାଜପା ସରକାର ନିଜ ରାଜ୍ୟରେ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାପାଇଁ କିମ୍ବା ଫିଲ୍ମରୁ ଆପତ୍ତିଜନକ ଦୃଶ୍ୟକୁ ହଟାଇବାପାଇଁ କହିଛନ୍ତି । ବିଭିନ୍ନ ରାଜପୂତ ନେତା ଏହି ଫିଲ୍ମର ନିର୍ମାତା ସଂଜୟ ଲୀଲା ଭଂସାଲୀଙ୍କ ଉପରେ ଇତିହାସ ସହିତ ଛେଡ଼ଛାଡ଼ ହୋଇଛି ବୋଲି ଆରୋପ ଲଗାଇଛନ୍ତି । ବିବାଦକୁ ନେଇ ଫିଲ୍ମର ନାୟିକା ଦୀପିକାଙ୍କୁ ମଧ୍ୟ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ବିହାରର ସଂସ୍କୁୃତି ମନ୍ତ୍ରୀ କୃଷ୍ଣ କୁମାର ରିଷି କହିଛନ୍ତିଯେ ସଂସ୍କୁୃତିକୁ ବାଧାଦେବାଭଳି କର୍ଯ୍ୟ କରିବା ଆଦୌ ଠିକ୍ ନୁହେଁ । ତାଙ୍କ କହିବା ଅନୁସାରେ ଯଦି ଫିଲ୍ମରୁ ଆପତ୍ତିଜନକ ଦୃଶ୍ୟକୁ ବାଦ୍ ଦିଆନଯାଏ ତେବେ ବିହାରରେ ଫିଲ୍ମ ଉପରୁ ବ୍ୟାନ୍ ଉଠାଯିବ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More