Only for Entertainment

ରଣବୀର ସିଂଙ୍କ ସହ ଫ୍ଲର୍ଟ କରି ଦୀପିକା କହିଲେ ଏତେ ହଟ କାହିଁକି? ଏହାପରେ ମିଳିଲା ଏଭଳି ଉତ୍ତର !

indiatoday
0 57

ବଲିଉଡର ସବୁଠାରୁ ପପୁଲାର ଯୋଡି ରଣବୀର ସିଂ ଏବଂ ଦୀପିକା ପାଦୁକୋଣଙ୍କୁ ଏକାସହ ଅନେକ ସ୍ଥାନରେ ସ୍ପଟ କରାଯାଇଛି । ମିଡିଆରେ ଏଭଳି ମଧ୍ୟ ଖବର ଆସିଛି ଦୁହେଁ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏବେ ରଣବୀର ଏବଂ ଦୀପିକା ସୋସିଆଲ ମିଡିଆରେ ମଧ୍ୟ ପ୍ରେମଭରା ମେସେଜ ଲେଖିବା ଆରମ୍ଭ କରି ଦେଲେଣି । ଅସଲରେ ରଣବୀର ଏକ ଫଟୋ ଶେୟାର କରିଥିଲେ ନିଜର ଇନଷ୍ଟାଗ୍ରାମରେ । ଦୀପିକା ଏହି ଫଟୋରେ ଲେଖିଛନ୍ତି ଯେ ଏତେ ହଟ କାହିଁକି ତମେ? ଏଥିରେ ସେ କିସିଂ ଏବଂ ଲଭ ଇମୋଜି ମଧ୍ୟ ଦେଇଛନ୍ତି । ଏହା ଦେଖି ଲାଗୁଛି ଯେ ଦୀପିକା ନିଜ ସମ୍ପର୍କକୁ ନେଇ କେତେ ଗମ୍ଭୀର ଅଛନ୍ତି ।

??? @jackjonesindia #JACKJONESx10 #DontHoldBack

A post shared by Ranveer Singh (@ranveersingh) on


ଇନଷ୍ଟାଗ୍ରାମରେ ଦୀପିକାଙ୍କ କମେଂଟ ଦେଖି ରଣବୀର ନିଜ ମନକୁ ରୋକି ପାରିନଥିଲେ ଏବଂ ସେଥିରେ ଲେଖି ଦେଇଥିଲେ ଯେ ‘ହେ ନାଓ’ ।

ଏବେ ସୋସିଆଲ ମିଡିଆରେ ଦୁହିଁଙ୍କ କମେଂଟ ଦେଖି ଫ୍ୟାନ୍ସ ମଧ୍ୟ ପ୍ରତିକ୍ରିୟା ଦେବା ଆରମ୍ଭ କରିଦେଇଛନ୍ତି ଏବଂ ପ୍ରତିକ୍ରିୟାରେ ଲେଖିଛନ୍ତି ଯେ ଦୁହିଁଙ୍କୁ ଏବେ ବିବାହ କରିନେବା ଜରୁରୀ ଅଟେ । ବିବାହ ବିଷୟକୁ ନେଇ ଅନେକ ଚର୍ଚ୍ଚା ଚାଲିଥିଲା ବେଳେ ଏହି ସମ୍ପର୍କରେ କୌଣସି ସଠିକ ଶୁଣାଣୀ ଏଯାଏଁ ମିଳି ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More