ପେପି ନମ୍ବରରେ ଆରବିକ ମ୍ୟୁଜିକର ସ୍ୱାଦ । ବିଶାଳ ସେଟରେ ୭ଜଣ କଳାକାରଙ୍କ ପରଫରମାନ୍ସ । ଏଭଳି କିଛି ପ୍ରସ୍ତୁତି ସହ ଆସିଛି ନୂଆ ବଲିଉଡ ଗୀତ ୱାଲା ୱାଲା ମାସହା ଆହ୍ଲା । ଅପକମି କମେଡି ଫିଲ୍ମ ପାଗଳପଂତିରେ ସ୍ଥାନ ପାଇଛି ଏହି ଗୀତ । ଫିଲ୍ମର ୩ଟି ଗୀତ ରିଲିଜ କରିବା ପରେ ଏବେ ପ୍ରଡକ୍ସନ ହାଉସ ଏହି ପେପି ଡ୍ୟାନ୍ସ ନମ୍ବରକୁ ରିଲିଜ କରିଛି । ରିଲିଜ ହୋଇଥିବା ପେପି ଡ୍ୟାନ୍ସ ନମ୍ବରରେ ଫିଲ୍ମର ସମସ୍ତ କଳାକାରଙ୍କୁ ଏକାଠି ଦେଖିବାକୁ ମିଳିଛି । ଜନ୍-ଇଲିଆନା, କ୍ରିତି ଖରବନ୍ଦା, ଅରଶଦ ୱାରସୀ, ପୁଲକିତ ସମ୍ରାଟ, ଅନୀଲ କପୁର, ସୌରଭ ଶୁକ୍ଳା ଗୀତରେ ଝୁମିଛନ୍ତି ।
ଗୀତର ଭିନ୍ନ ଓ ନିଆରା କରିବା ପାଇଁ ଏଥିରେ ସୁଫି ଓ ଆରବିକ ମ୍ୟୁଜିକର ମିଶ୍ରିତ ସ୍ୱାଦକୁ ସ୍ଥାନ ଦିଆଯାଇଛି । ଗୀତକୁ କମ୍ପୋଜ କରିଛନ୍ତି ନଇମ-ସବୀର । ଗୀତରେ ରହିଛି ନକ୍ସ ଅଜିଜ,ନୀତି ମୋହନ ଓ ନଇମ ଶାହାଙ୍କ ଆୱାଜ । ଅନୀସ ବାଜମୀଙ୍କ ନିର୍ଦ୍ଦେଶିତ ପାଗଳପଂତି ନଭେମ୍ବର ୨୨ରେ ରିଲିଜ ହେବ ।