Only for Entertainment

ପାକିସ୍ତାନୀ ସିଙ୍ଗର ମିଶା ଏହି ଅଭିନେତାଙ୍କ ଉପରେ ଲଗାଇଲେ ଦୁଷ୍କର୍ମ ଅଭିଯୋଗ, କହିଲେ ଅନେକ ଥର ହୋଇଛି ଏହାର ଶିକାର

Republic World
0 48

ପାକିସ୍ତାନର ସୁପରଷ୍ଟାର ଓ ବଲିଉଡରେ ଅନେକ ଫିଲ୍ମ କାମ କରିଥିବା ଅଭିନେତା ଅଲ୍ଲୀ ଜଫରଙ୍କ ଲାଗିଛି ଗମ୍ଭୀର ଆରୋପ । ପାକିସ୍ତାନୀ ଅଭିନେତ୍ରୀ ଏବଂ ସିଙ୍ଗର ମିଶା ଶଫି ଅଲ୍ଲୀଙ୍କ ଉପରେ ଯୌନ ଉତ୍ପୀଡନର ଆରୋପ ଲଗାଇଛନ୍ତି । ମିଶା ଏହାର ସୂଚନା ନିଜ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଦେଇଛନ୍ତି ।

ମିଶା ଟ୍ୱିଟ କରି ଲେଖିଥିଲେ, ‘ମୁଁ ଏହା ଏଥିପାଇଁ କହୁଛି କାରଣ ମୁଁ ଭାବୁଛି ଯୌନ ଉତ୍ପୀଡନର ଅନୁଭବକୁ ସେୟାର କରି ଚୁପ ରହିବା ସଂସ୍କୃତିକୁ ଭାଙ୍ଗିବା ଆବଶ୍ୟକ । ଏହା ଉପରେ କହିବା ସହଜ ନୁହେଁ କିନ୍ତୁ ଚୁପ ରହିବା ବି ଖୁବ କଠିନ । ମୋର ଅନ୍ତରଆତ୍ମା ଏହାକୁ ସ୍ୱିକୃତି ଦିଏ ନାହିଁ । ମିଠୁ ’ ।


ସେ ଆହୁରି ମଧ୍ୟ କହିଥିଲେ ‘ଅଲ୍ଲୀ ଜଫର ମୋ ଉପରେ ଅନେକ ଥର ଯୌନ ଶୋଷଣ କରିଛନ୍ତି । ଯେବେ ମୁଁ ଇଣ୍ଡଷ୍ଟ୍ରୀରେ ନୂଆ ଥିଲେ ସେତେବେଳେ ଏହା ମୋ ସହିତ ହୋଇଥିଲା । ଯେତେବେଳେ ମୁଁ ଦୁଇ ଛୁଆର ମା’ ହୋଇଥିଲି ସେତେବେଳେ ବି ଏହା ମୋ ସହିତ ହୋଇଥିଲା । ଏହା ମୋ ପାଇଁ ଏବଂ ମୋ ପରିବାର ପାଇଁ ଏକ ଦୁଃଖ ଦାୟକ ଘଟଣା ଥିଲା ।

ଉଲ୍ଲେଖଯୋଗ୍ୟ ଯେ, ଅଲ୍ଲୀ ଜଫର ବଲିଉଡରେ ‘ମେରେ ବ୍ରଦର କି ଦୁଲହନ’, ‘ତେରେ ବିନ ଲାଦେନ’, ‘ଚସମେ ବଦ୍ଦୁର’ ପରି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି । ଏହା ସହିତ ସେ ଅନେକ ଫିଲ୍ମରେ ନିଜର କଣ୍ଠଦାନ ମଧ୍ୟ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More