Only for Entertainment

ବିବାହ ପାଇଁ ଝିଅର ପରିବାରକୁ ଏଭଳି ମନାଇଲେ ପାକିସ୍ତାନ ଯୁବକ, ଫେସବୁକରେ ଭାଇରାଲ ହେଉଛି ଭିଡିଓ ।

ndtv
0 51

ପାକିସ୍ତାନରେ ଏକ ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେଉଥିବା ଏହି ଆଡ ଭିଡିଓଟି ଲୋକଙ୍କୁ ଖୁବ ପସନ୍ଦ ଆସିଛି । ଭିଡିଓରେ ଜଣେ ଯୁବକ ଗର୍ଲଫ୍ରେଣ୍ଡର ପରିବାର ଲୋକଙ୍କୁ ଅନୋଖା ଭାବରେ ମନାଉଥିବାର ଦେଖିବାକୁ ମିଳିଛି ।

ଭିଡିଓର ଆରମ୍ଭରୁ ଝିଅ ପରିବାରରେ ଭାବି ଜ୍ୱାଇଁ ଘରକୁ ଆସିବାର ପ୍ରସ୍ତୁତି ଦେଉଥିବା ଦେଖିବାକୁ ମିଳିଛି । କିନ୍ତୁ ଝିଅର ଭାଇମାନେ କହୁଛନ୍ତି ଯଦି ପୁଅ ଆମକୁ ପସନ୍ଦ ଆସେ ତେବେ ବିବାହ ହେବ । ତେବେ ପୁଅକୁ ଦେଖିବା ପରେ ଝିଅର ୭ ଜଣ ଭାଇ ଖୁସି ନଥିବା ଦେଖିବାକୁ ମିଳିଛି । ସମସ୍ତଙ୍କ ଟେଷ୍ଟରେ ବିଫଳ ହେବା ପରେ ଯୁବକ ଜଣଙ୍କ ବିରିଆନି ପ୍ରସ୍ତୁତ କରି ଘର ଲୋକଙ୍କୁ ପରଷୁଛନ୍ତି । ଏହାପରେ ସମସ୍ତେ ଖୁସି ହୋଇ ତାଙ୍କୁ ପରିବାରର ସଦସ୍ୟ ମାନିଥାନ୍ତି ଏବଂ ଆଲିଙ୍ଗନ କରୁଛନ୍ତି ।

ଏହି ଆଡ ଭିଡିଓ ଏବେ ଫେସବୁକରେ ଭାଇରାଲ ହେବାରେ ଲାଗିଛି । ଭିଡିଓକୁ ୩୬ ହଜାରରୁ ଅଧିକ ସେୟାର ମିଳିସାରିଛି । ଏବଂ ଦେଢ ଲକ୍ଷରର ଅଧିକ ପ୍ରତିକ୍ରିୟା ମିଳିସାରିଛି । ଭିଡିଓରେ ଜଣେ ୟୁଜର କମେଣ୍ଟ କରି ଲେଖିଛନ୍ତି , ସତରେ ଏହା ଖୁବ ସୁନ୍ଦର ଆଡ । ଝିଅ ଶଶୁର ଘର ଲୋକଙ୍କୁ ସବୁବେଳେ ଖୁସି କରିବା ପାଇଁ ଅନେକ ପ୍ରୟାସ କରିଥାଏ । କିନ୍ତୁ ଏହି ଆଡରେ ଏହାର ବିପରିତ ଦେଖିବାକୁ ମିଳିଛି । ପୁଅମାନେ ବି ଭଲ ରୋଷେଇ କରିପାରନ୍ତି ତାହା ଦେଖିବାକୁ ମିଳିଛି । ଏହି ଆଡ ଏବେ ପାକିସ୍ତାନ ସମେତ ଭାରତରେ ମଧ୍ୟ ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More