Only for Entertainment

ସୋନାଲୀଙ୍କୁ ଏକତରଫା ପ୍ରେମ କରୁଥିଲେ ଏହି ପାକିସ୍ତାନୀ ଖେଳାଳୀ ।

44

ବଲିଉଡରେ ସୋନାଲୀ ବେନ୍ଦ୍ରେ ସୁନ୍ଦରୀ ମାନଙ୍କ ମଧ୍ୟରୁ ଜଣେ । ସେଥିପାଇଁ ତାଙ୍କ ହସ ହସ ଚେହେରାରେ ସମସ୍ତେ ମୁଗ୍ଧ । ତେଣୁ ଏହି ଚୁଲବୁଲି ନାୟିକାଙ୍କ ପ୍ରେମରେ କେହି ମଧ୍ୟ ପଡ଼ିବା ସ୍ୱଭାବିକ କଥା । ସେହିଭଳି କିଛି ହୋଇଥିଲା ପାକିସ୍ତାନର ଜଣେ ଖେଳାଳୀଙ୍କ ସହିତ । ସେହି ଖେଳାଳି ଜଣକ ଆଉ କେହି ନୁହଁନ୍ତି ବରଂ ବିଶ୍ୱର ସବୁଠାରୁ ଦ୍ରୁତତମ ବୋଲର ପାକିସ୍ତାନର ସୋଏବ୍ ଅଖତର । ଯିଏ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେଙ୍କ ପ୍ରେମରେ ଏମିତି ପାଗଳ ହୋଇଯାଇଥିଲେ ଯେ ଦିନ ରାତି ତାଙ୍କ ସ୍ୱପ୍ନ ଦେଖୁଥିଲେ ।ଏକଥା ନିଜେ ସୋଏବ ଏକ ସାକ୍ଷାତକାରରେ କହିଛନ୍ତି । ତେବେ ଏହି ସାକ୍ଷାତକାରରେ ଏମିତି କିଛି କହିଥିଲେ ସୋଏବ୍ ଯାହାକୁ ଶୁଣି ଲୋକଙ୍କର ଆଶ୍ଚର୍ଯ୍ୟର ସୀମା ରହି ନଥିଲା ।

 

ସୋଏବଙ୍କ କହିବା ଅନୁଯାୟୀ ଥରେ ଭାରତ ଆସିଥିବା ବେଳେ ସୋନାଲୀଙ୍କ ସହ ଦେଖା ହୋଇଥିଲା । ଆଉ ପ୍ରଥମ ଦେଖାରେ ହିଁ ସୋନାଲୀଙ୍କୁ ମନ ଦେଇବସିଥିଲେ ସୋଏବ୍ । ଏହା ପରେ ସୋଏବଙ୍କ ସ୍ୱପ୍ନରେ ଆସିବାକୁ ଲାଗିଲେ ସୋନାଲୀ । ଏକ ତରଫା ପ୍ରେମରେ ଗୋଟିଏ ପ୍ରକାର ପାଗଳ ହୋଇସାରିଥିଲେ ସୋଏବ୍ । ଏପରିକି ନିଜ ପର୍ସରେ ଏବଂ ଘରର କାନ୍ଥରେ ସୋନାଲୀଙ୍କ ଫଟୋ ଲଗାଇଥିଲେ । ସୋନାଲୀଙ୍କୁ ଦେଖି କ୍ଲିନ୍ ବୋଲ୍ଡ ହୋଇଯାଇଥିଲେ ବିଶ୍ବର ବଡ଼ ବଡ଼ ବ୍ୟାଟ୍ସମ୍ୟାନଙ୍କୁ ନିଜ ଘାତକ ବୋଲିଂରେ ବୋଲ୍ଡ କରୁଥିବା ସୋଏବ୍ ।ସୋନାଲୀଙ୍କ ବିନା ରହିପାରୁ ନଥିବା ସୋଏବ୍ ଶେଷରେ ପ୍ରପୋଜ୍ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏପରିକି ସୋଏବ୍ ଭାବି ନେଇଥିଲେ ଯଦି ସୋନାଲୀ ତାଙ୍କ ପ୍ରେମ ନିବେଦନକୁ ସ୍ୱୀକାର ନକରିବେ ତେବେ ତାଙ୍କୁ ଅପହରଣ କରିନେବେ । ହେଲେ ପର ମୁହୂର୍ତ୍ତରେ ଏପରି ଭାବନାରୁ ନିବୃତ ରହିଥିଲେ ସୋଏବ୍ । ଅନ୍ୟପଟେ ସୋନାଲୀଙ୍କୁ ଏନେଇ ପଚରାଯିବାରୁ କହିଥିଲେ ସୋଏବ୍ ଅଖତର ନାମକ କୌଣସି ପାକିସ୍ତାନୀ ଖେଳାଳିଙ୍କୁ ଜାଣନ୍ତି ନାହିଁ । କାରଣ ତାଙ୍କର କ୍ରିକେଟରେ କୌଣସି ରୁଚି ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More