Only for Entertainment

ସାଉଦୀ ପ୍ରିନ୍ସଙ୍କୁ ପାକିସ୍ତାନ ଉପହାରରେ ଦେଲା ସୁନା ରାଇଫଲ !

48

ଆତଙ୍କବାଦ ପରେ ବୈଶିକ ଚାପ ଏବଂ ଆର୍ଥିକ ସମସ୍ୟାର ସାମ୍ନା କରୁଥିବା ପାକିସ୍ତାନ ସରକାର ସାଉଦି ଆରବର ଯୁବରାଜ ମହମ୍ମଦ ବିନ ସଲାମଙ୍କୁ ସୁନାର ରାଇଫଲ ଉପହାରରେ ଦେଇଛନ୍ତି । ଏକ ମିଡିଆ ରିପୋର୍ଟ ଏହାର ସୂଚନା ଦେଇଛନ୍ତି ।

ମହମ୍ମଦ ବିନ ସଲମାନଙ୍କୁ ଏହି ନିଆରା ଉପହାର ଇସଲାମବାଦର ତାଙ୍କର ପ୍ରଥମ ଅଧିକାରୀ ଯାତ୍ରା କାରଣରୁ ଏହା ଉପହାର ସ୍ୱରୁପ ଦିଆଯାଇଛି । ନ୍ୟୁଜ ଇଂଟରନ୍ୟାସନାଲ ନିଜ ଖବରରେ କହିଛନ୍ତି ଯେ ପାକିସ୍ତାନର ସିନେଟ ପ୍ରତିନିଧି ମଣ୍ଡଳ ପ୍ରଧାନମନ୍ତ୍ରୀଙ୍କ ଘରକୁ ପ୍ରିନ୍ସ ସଲମାନ ଭେଟ ପାଇଁ ଆସିଥିଲେ , ଯେଉଁଠି ସିନେଟ ଅଧ୍ୟକ୍ଷ ସାଦିକ ସଂଜରାନୀ ତାଙ୍କୁ ଏକ ପ୍ରତିମା ଏବଂ ସୁନାର ପରସ୍ତ ଥିବା ବନ୍ଧୁକ ଉପହାର ସ୍ୱରୁପ ଦେଇଛନ୍ତି ।

ପ୍ରିନ୍ସ ସଲମାନ ସାଉଦୀ ଆରବର ରକ୍ଷାମନ୍ତ୍ରୀ ଅଟନ୍ତି । ସାଉଦୀର ସଲମାନ ନିକଟରେ ପାକିସ୍ତାନର ସେ ସମୟରେ ଗସ୍ତ କରିଥିଲେ , ଯେଉଁସମୟରେ ଜମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କବାଦ ହମଲା କାରଣରୁ ୪୦ଜଣ ଜବାନ ସହିଦ ହେବା ପରେ ଭାରତ – ପାକିସ୍ତାନ ମଧ୍ୟରେ ମତଭେଦ ହୋଇଥିଲା । ଏହି ମାମଲାକୁ ପାକିସ୍ତାନ ଆତଙ୍କବାଦୀ ସଂଗଠନ ଜୈଶ-ମହମ୍ମଦ ଏହି କାଣ୍ଡ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More