Only for Entertainment

ପାକିସ୍ତାନର ଏହି କୁନି ଫାତିମାଙ୍କର କ୍ରୋଧ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ,ଲୋକ କହିଲେ ଆଗାମୀ ଦିନର ପଲିଟିସିଆନ ।

facebook
0 54

ନିକଟରେ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ ହେଉଛି,ଯାହାକୁ ଏକ ନ୍ୟୁଜ ସାଇଟ ଅପଲୋଡ କରିଛନ୍ତି । ଭିଡ଼ିଓରେ ଏକ କୁନି ଝିଅଙ୍କୁ ଦେଖିବାକୁ ମିଳିଛି,ଯାହାଙ୍କ ନାମ ଫାତିମା । ସେ ପାକିସ୍ତାନର । ଭିଡ଼ିଓରେ ସେ ତାଙ୍କ ମା’ଙ୍କ ସହିତ ଏଭଳି କଥା ହୋଇଛନ୍ତି ଯାହାକୁ ଦେଖିଲେ ଆପଣ ଅବାକ୍ ହୋଇ ରହିଯିବେ କିମ୍ବା ନ ହସି ରହିପାରିବେ ନାହିଁ ।

ବାସ୍ତବରେ ପାକିସ୍ତାନର ଏହି କୁନି ଫାତିମାଙ୍କୁ ତାଙ୍କ ମା’ଙ୍କ ସହିତ କଥା ହେଉଥିବାର ଦେଖିବାକୁ ମିଳିଛି । ତାଙ୍କ ମା ତାଙ୍କୁ କାମରେ ସାହାଯ୍ୟ କରିବା ପାଇଁ କହୁଛନ୍ତି,କିନ୍ତୁ ଘରକୁ ଆସିଥିବା ଅତିଥି କେବଳ ତାଙ୍କ ସାନ ଭାଇଙ୍କୁ ଯିବା ସମୟରେ ଟଙ୍କା ଦେଇଛନ୍ତି,କିନ୍ତୁ ତାଙ୍କୁ ଦେଇ ନଥିବାରୁ ସେ ରାଗି ଯାଇଛନ୍ତି ଏବଂ ଏହାପରେ ସେ ଏହି କଥା ତାଙ୍କ ମା’ଙ୍କୁ କହିଛନ୍ତିଯେ ମୋତେ ଟଙ୍କା ଦେଇ ନାହାଁନ୍ତି ମୁଁ କାମ କରିବି ନାହିଁ । ଏହାପରେ ତାଙ୍କ ମା ତାଙ୍କୁ ବୁଝାଇଛନ୍ତିଯେ ଘରେ ଛୋଟ ପିଲାଙ୍କୁ ଟଙ୍କା ଦିଅନ୍ତି,ତୁମେ ଛୋଟ ଥିବାବେଳେ ତୁମକୁ ମଧ୍ୟ ଟଙ୍କା ଦେଉଥିଲେ । ଏହି ସମୟରେ ଫାତିମା ତାଙ୍କ ମା’ଙ୍କୁ ପ୍ରଶ୍ନ କରିଛନ୍ତିଯେ,ମୋର ସେହି ଟଙ୍କା କେଉଁଆଡ଼େ ଗଲା?ଏହାପରେ ତାଙ୍କ ମା କହିଛନ୍ତିଯେ ମୁଁ ତାହା ଖର୍ଚ୍ଚ କରି ଦେଇଛି । ଏହାପରେ ଫାତିମା ଯାହା ଉତ୍ତର ଦେଲେ ତାହା ସବୁଠାରୁ ଆଶ୍ଚର୍ଯ୍ୟଜନକ ଏବଂ ମଜାଦାର ମଧ୍ୟ ।

 

ଫାତିମା କହିଛନ୍ତିଯେ ମାମା ଆପଣ ମୋତେ ନୱାଜ ସରିଫ ଲାଗୁଛନ୍ତି, ଶହୱାଜ ଶରିଫ ଲାଗୁଛନ୍ତି, ମରିୟମ ନୱାଜ ଲାଗୁଛନ୍ତି,ଯେଉଁଭଳି କୌମର ଟଙ୍କା ଲୁଟିନେଲେ,ଆପଣ ମୋ ଟଙ୍କା ଲୁଟିନେଲେ । ଏହାପରେ ତାଙ୍କ ମା ତାଙ୍କୁ କାମ ନ କରି ଝୁଲାରେ ଝୁଲିବା ପାଇଁ କହିଛନ୍ତି ।

ବାସ୍ତବରେ ଭିଡ଼ିଓ ଦେଖିବା ପରେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ କମେଂଟ ଦେଖିବାକୁ ମିଳିଛି । କେହି କେହି ବିଚକ୍ଷଣ କହିଛନ୍ତି ତ କେହି ଆଗାମୀ ଦିନର ପଲିଟିସିଆନର ଆଖ୍ୟା ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More