Only for Entertainment

ଚା’ ବାଲା ପରେ ପାକିସ୍ତାନରେ ରାତାରାତି ଫେମସ ହେଲା ‘ତରଭୁଜ ବାଲା’, ଫଟୋ ହେଉଛି ଭାଇରାଲ

ndtv
0 48

ପାକିସ୍ତାନରେ ଜଣେ ଚା’ ବାଲା ଖୁବ ଫେସମ ହୋଇଥିଲେ ତାହା ତ ଆପଣ ନିଶ୍ଚିତ ଜାଣିଥିବେ । ଅରଶଦ ଖାନ ନାମକ ଏହି ଚା’ବାଲା ରାତାରାତି ମେଡେଲ ହୋଇଯାଇଥିଲେ । ଏହାପରେ ସେ ଏକ ମ୍ୟୁଜିକ ଆଲବମରେ ମଧ୍ୟ ନଜର ଆସିଥିଲେ । ଏବେ ପାକିସ୍ତାନରେ ଚା’ବାଲା ପରେ ଜଣେ ତରଭୁଜ ବାଲାଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି । କିଛି ଦିନ ମଧ୍ୟରେ ସେ ପାକିସ୍ତାନର ଇଣ୍ଟରନେଟ ସେଂସେସନ ପାଲଟିଯାଇଛନ୍ତି ।


ପାକିସ୍ତାନ ନ୍ୟୁଜ ୱେବସାଇଟ Parhlo.com ଅନୁସାରେ କରାଚୀରେ ଇଫତାର ପୂର୍ବରୁ ଏହି ଫଟୋକୁ ଉଠାଯାଇଥିଲା । ଫଟୋରେ ବ୍ୟକ୍ତି ଜଣଙ୍କ ତରଭୁଜ କଟୁଥିବାର ଦେଖିବାକୁ ମିଳିଛି ।


ଟୁଇଟରରେ ଏହି ଯୁବକଙ୍କ ଫଟୋ ଏବେ ଖୁବ ଭଇରାଲ ହେବାରେ ଲାଗିଛି । ଫଟୋକୁ ଲୋକେ ଖୁବ ପସନ୍ଦ କରିବା ସହିତ ଫଟୋରେ କମେଣ୍ଟ ମଧ୍ୟ କରୁଛନ୍ତି । ଏହା ସହିତ ଫଟୋକୁ ଖୁବ ସେୟାର ମଧ୍ୟ କରାଯାଉଛି । ଫଟୋରେ ଥିବା ଯୁବକଙ୍କ ହସ ଏବଂ ତାଙ୍କ ଆଖିର ଚମକ ଲୋକଙ୍କୁ ବେଶ ପସନ୍ଦ ଆସିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More