Only for Entertainment

ବଜେଟ ଉପସ୍ଥାପନା ସମୟରେ ପାକିସ୍ଥାନ ସଂସଦରେ ସାଂସଦଙ୍କ ମଧ୍ୟରେ କଳି, ଦେଖନ୍ତୁ ଭିଡିଓ !

FACEBOOK
0 37

ସଂସଦ ଭାରତର ହେଉ କିମ୍ବା ପାକିସ୍ତାନର ବିନା ହଙ୍ଗାମାରେ ସମ୍ପର୍ଣ୍ଣ ହୋଇ ନଥାଏ । ଆଜି ଭାରୀ ହଙ୍ଗାମାରେ ବଜେଟ ପରିବେଶଣ ହୋଇଥିଲା । ଏହି ସମୟରେ ପାକିସ୍ତାନର ତହରିକ-ଏ-ଇଂସାଫ ଏବଂ ପାକିସ୍ତାନ ମୁସଲିମ ଲିଗ-ନବାଜର ସାଂସଦ ଦୁହେଁ ଦୁହିଁଙ୍କ ଛପରେ ଭାରୀ ପଡିଥିଲେ । ଏବେ ଏହି ଘଟଣାର ଭିଡିଓ ଫେସବୁକରେ ଭାଇରାଲ ହେବାରେ ଲାଗିଛି ।

ଜିୟୋ ନ୍ୟୁଜ ମୁତାବକ ପାକିସ୍ତାନ ଉର୍ଜା ରାଜ୍ୟ ମନ୍ତ୍ରୀ ଆବିଦ ଶେର ଅଲ୍ଲୀ ଏବଂ ପାକିସ୍ତାନ ତହରିକ ଦଳ ସାଂସଦ ଅମଜଦ ନିୟାଜୀଙ୍କ ବିପକ୍ଷ ଦଳ ସାଂସଦଙ୍କ ଦ୍ୱାରା ବିରୋଧ ପ୍ରଦର୍ଶନ କରିଥିଲେ । ସାଂସଦ ବାଚସ୍ପତିଙ୍କୁ ଘେରାଉ କରି ନେଇଥିଲେ ଏବଂ ବଜେଟ ପରିବେଶଣ ଫର୍ଦ୍ଦକୁ ଫାଡିଦେଇଥିଲେ । ଏହୀ କାରଣରୁ ସଦନରୁ ବାହାରକୁ ଯାଉଥିବା ସାଂସଦ ମୂରାଦ ଅଲୀ ସରକାର ବିରୋଧ ନାରା ଲଗାଇ ସନ୍ତ୍ରୀଙ୍କ ଆଡକୁ ଆକ୍ରମଣ କରିବା ପାଇଁ ପ୍ରୟାସ କରିଥିଲେ , ମାତ୍ର ଅନ୍ୟ ସାଂସଦ ତାଙ୍କୁ କାବୁ କରିନେଇଥିଲେ ।

ବିପକ୍ଷ ଦଳ ଆରୋପ ଲଗାଇଛନ୍ତି ଯେ ସରକାର ବଜେଟ ନିର୍ଣ୍ଣୟ ଅବଧିରୁ ଅଧିକ କରୁଥିଲେ ଯାହା ଅସାମ୍ବିଧାନିକ ଅଟେ । ଫେସବୁକରେ ଏହି ଭିଡିଓ ଭାଇରାଲ ହେବା ପରେ ଏହା ଉପରେ ଖବର ଲେଖାଯିବା ପରେ ଏହାକୁ ୨୦୦୦ରୁ ଉଦ୍ଧ୍ୱର୍ ଲୋକ ଶେୟାର କରି ସାରିଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ପାକ ସରକାର ୨୦୧୮-୧୯ପାଇଁ ୫୬୬୧ଅରବ ଟଙ୍କା ବଜେଟ ସଂସଦରେ ଉପସ୍ଥାପନା କରାଯାଇଛି । ପୂର୍ବ ବର୍ଷ ପାକିସ୍ଥାନର ରକ୍ଷା ବଜେଟ ରହିଥିଲା ୯୯୯ଅରବ, ମାତ୍ର ଏବର୍ଷ ଏହାକୁ ବଢାଇ ୧୧୦୦ଅରବ କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More