Only for Entertainment

ଗୁଲାବ ଜମୁନ ହେଲା ପାକିସ୍ତାନର ଜାତୀୟ ମିଠା, ଟ୍ୱିଟରରେ ଲୋକ କହିଲେ – ହଲୱା ଏବଂ ସୋନପାପଡି ଆଣିଲେନି !

53

ପାକିସ୍ତାନ ସରକାର ନିଜ ଅଫିସିଆଲ ଟ୍ୱିଟର ଅକାଉଂଟରେ ଲୋକଙ୍କୁ ପ୍ରଶ୍ନ ପଚରାଯାଇଥିଲା । ପ୍ରଶ୍ନ ଥିଲା ଏହା ଯେ ପାକିସ୍ତାନ ଜାତୀୟ ମିଠା କ’ଣ? ଏହି ପ୍ରଶ୍ନ ଉତ୍ତର ପାଇଁ ତିନୋଟି ଅପସନ ରଖାଯାଇଥିଲା । ଜିଲାପୀ, ଗୁଲାବ ଜମୁନ ଏବଂ ବର୍ଫି । ଅନେକ ଲୋକ ଉତ୍ତର ଦେଇଥିଲେ  ଗୁଲାବ ଜମୁନ । ମାତ୍ର କିଛି ଲୋକଙ୍କର କମେଂଟ ସୁଅ ଛୁଟିବାରେ ଲାଗିଥିଲା ।

କେହି କମେଂଟ କରିଥିଲେ ଯାହା ମିଳିଯିବ ତାକୁ ହିଁ ନ୍ୟାସନାଲ ସ୍ୱିଟ ମାନି ଖାଇନେବେ । କେହି କହିଥିଲେ ସୋନପାପଡି ଏବଂ ହାଲୁଆ ଭୁଲି ଯାଇଛ କି । କେହି କହିଥିଲେ ପାକିସ୍ତାନର ଅନେକ ଲୋକଙ୍କୁ ଜିଲାପି ପସନ୍ଦ ।

ପାକିସ୍ତାନ ସରକାରଙ୍କ ଏହି ପ୍ରଶ୍ନର ଉତ୍ତର ଦେବା ଲାଗି ୧୫ହଜାର ଲୋକ ଏହି ପ୍ରଶ୍ନ ସହ ଯୋଡି ହୋଇଥିଲେ । ଏଥିରୁ ୪୭ପ୍ରତିଶତ ଲୋକ ସବୁଠାରୁ ଅଧିକ ଗୁଲାବ ଜମୁନ କୁ ଦେଇଥିଲେ ଏବଂ ୩୭ଭାଗ ଲୋକ ବର୍ଫି ଏବଂ ୧୯ଭାଗ ଲୋକ ଜିଲାପିକୁ ଭୋଟ ଦେଇଥିଲେ ।
ଏଠାରେ ଆମେ କହି ରଖୁଛୁ ଯେ, ପାକିସ୍ତାନ ସରକାରଙ୍କ ଟ୍ୱିଟର ଅକାଉଂଟରେ ପାଖାପାଖି ୫ଲକ୍ଷ ଫଲୋର୍ସ ଅଛନ୍ତି । କିନ୍ତୁ ସେଠାରେ ଲୋକସଂଖ୍ୟା ୧୯.୭କୋଟି ଅଟେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More