Only for Entertainment

ଶ୍ରୀଦେବୀଙ୍କ ମୃତ୍ୟୁରେ ପାକିସ୍ତାନରେ ମଧ୍ୟ ଦୁଃଖର ଛାୟା, କହିଲେ ‘ଇଣ୍ଡିଆରେ ମୋ ମା’ ଥିଲେ ଶ୍ରୀଦେବୀ’

YouTube
0 65

ପ୍ରସିଦ୍ଧ ବଲିଉଡ ଅଭିନେତ୍ରୀ ଶ୍ରୀଦେବୀଙ୍କର ଦୁବାଇରେ ହାର୍ଟ ଆଟାକରେ ଆଜି ନିଧନ ହୋଇଛି । ଏହା ଶ୍ରୀଦେବୀଙ୍କର ଜାଦୁ ଯେ କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ତାଙ୍କ ଅଭିନୟକୁ ପ୍ରଶଂସା କରାଯାଏ । ନିକଟରେ ରିଲିଜ ହୋଇଥିବା ଶ୍ରୀଦେବୀଙ୍କ ଶେଷ ଫିଲ୍ମ ‘ମଁମ’ରେ ତାଙ୍କ ସହିତ କାମ କରିଥିବା ପାକିସ୍ତାନୀ ଅଭିନେତ୍ରୀ ସଜଲ ଅଲ୍ଲୀ ଶ୍ରୀଦେବୀଙ୍କ ସହିତ କାମ କରିବାର କିଛି ଅନୁଭୂତିକୁ ଶେୟାର କରିଛନ୍ତି ।

ଏକ ଇଂଗ୍ରାଜୀ ୱେବସାଇଟକୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ ସଜଲ ମଁମ ଫିଲ୍ମରେ ଅଭିନୟ ଅନୁଭୂତିକୁ ପ୍ରକାଶ କରି ଶ୍ରୀଦେବୀଙ୍କ ବିଷୟରେ ଅନେକ କଥା ଶେୟାର କରିଥିଲେ । ସଜଲ କହିଥିଲେ ଯେ ‘ଶ୍ରୀଦେବୀଙ୍କ ବ୍ୟବହାର ଖୁବ ଅଦ୍ଭୂତ ଥିଲା ଭାରତରେ ମୋତେ ମା’ଙ୍କର ଅନୁପସ୍ଥିତିକୁ ଅନୁଭବ କରିବାକୁ ଦେଇନଥିଲେ ଶ୍ରୀଦେବୀ ।’

sridevi1

ଫିଲ୍ମରେ ଶ୍ରୀଦେବୀଙ୍କର ଝିଅ ଚରିତ୍ରରେ ଅଭିନୟ କରିଥିବା ସଜଲଙ୍କ କହିବା ଅନୁସାରେ ତାଙ୍କର ପ୍ରଥମ ସିନ ଶ୍ରୀଦେବୀଙ୍କ ସହିତ ଥିଲା । ଏବଂ ଏହାକୁ ନେଇ ସେ ଖୁବ ନର୍ଭସ ଥିଲେ । କିନ୍ତୁ ଶ୍ରୀଦେବୀ ତାଙ୍କୁ ଖୁବ ସହଜ ଅନୁଭବ କରାଇଥିଲେ । ସେ ଅଭିନୟ ଜଗତର ଜଣେ ଲିଜେଣ୍ଡ ଏବଂ ତାଙ୍କ ସହିତ କାମ କରିବା ଏକ ଅଦ୍ଭୂତ ଅନୁଭୂତି ଥିଲା ବୋଲି ସଜଲ କହିଥିଲେ ।

ପରଦାରେ ତାଙ୍କ ସୁନ୍ଦରତାର ଅନେକ ଫ୍ୟାନ ତ ଅଛନ୍ତି କିନ୍ତୁ ହୃଦୟରୁ ମଧ୍ୟ ସେ ଖୁବ ସୁନ୍ଦର ଥିଲେ । ମୁଁ ଏପରି କମ କଳାକାରଙ୍କୁ ଦେଖିଛି ଯେଉଁମାନେ ମାଟି ସହିତ ଜଡୀତ ଏବଂ ଶ୍ରୀଦେବୀ ମ୍ୟାମ ସେମାନଙ୍କ ମଧ୍ୟରୁ ଜଣେ ବୋଲି ସଜଲ ପ୍ରକାଶ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More