Only for Entertainment

‘ପିଛେ ତୋ ଦେଖୋ’ କହୁଥିବା ଏହି ସେଲିବ୍ରିଟି ବଢିଲା ଖୁବ ଆଗକୁ, ବିଜ୍ଞାପନ ପାଇଁ ମିଳୁଛି ଅନେକ ଅଫର !

2,206

ଗତ କିଛି ଦିନ ଧରି ଆପଣ ନୋଟିସ ତ ନିଶ୍ଚୟ କରିଥିବେ ଯେ ଗୋଟିଏ ମୁସଲିମ ଛୁଆ ସୋସିଆଲ ମିଡିଆରେ ଧମାଲ ମଚାଉଛି । ଗୋଲ-ମଟୋଲ ଏହି ଛୁଆର ଭିଡିଓ ସାମ୍ନାକୁ ଆସିବା ମାତ୍ରେ ଭାଇରାଲ ହେବାରେ ଲାଗିପଡୁଛି ଏବଂ ଲକ୍ଷ ଲକ୍ଷ ଲୋକଙ୍କୁ ଏହି ଭିଡିଓକୁ ପସନ୍ଦ ମଧ୍ୟ କରୁଛନ୍ତି । ଏହି କୁନି ପୁଅଟିର ନାଁ ଅହମଦ ଶାହ ଏବଂ ସେ ପାକିସ୍ତାନର ବାସିନ୍ଦା ।

ପୁରା ଦୂନିଆକୁ ‘ପିଛେ ତୋ ଦେଖୋ’ କହି ପ୍ରସିଦ୍ଧ ହୋଇଥିବା ଏହି ପିଲା ଖୁବ ଆଗକୁ ବଢି ଯାଇଛି । ନିଜର କ୍ୟୁଟନେସ ଅନ୍ଦାଜ ପାଇଁ ଅନେକ ବିଜ୍ଞାପନର ଅଫର ମଧ୍ୟ ପାଉଛନ୍ତି ଏବଂ ଭଲ ଟଙ୍କା ମଧ୍ୟ ନେଉଛନ୍ତି । ସମସ୍ତେ ଏହି କୁନି ପୁଅର କ୍ୟୁଟନେସ ଉପରେ ଫିଦା । ତେବେ କଥା ହେଉଛି ଏହି ଶିଶୁକୁ ସୋସିଆଲ ମେସେଜର ବିଜ୍ଞାପନ ମିଳିବାରେ ଲାଗିଛି ।

ନିକଟରେ ଏହି ପିଲାଜଣକୁ ଏକ ତେଲ ବିଜ୍ଞାପନରେ ଦେଖିବାକୁ ମିଳିଥିଲା । ଏହାବ୍ୟତୀତ ଅହମଦଙ୍କ ପାଖରେ ଫ୍ରୁଟ ଡ୍ରିଙ୍କର ବିଜ୍ଞାପନ କରୁଥିବାର ମଧ୍ୟ ନଜର ଆସିଛନ୍ତି । ଅହମଦଙ୍କ ଏହି ଅନ୍ଦାଜ କେବଳ ପାକିସ୍ତାନରେ ନୁହେଁ ବରଂ ଭାରତରେ ମଧ୍ୟ ପସନ୍ଦ କରାଯାଉଛି ।


ଅହମଦଙ୍କ ବିଷୟରେ କହିବାକୁ ଗଲେ ସେ ମାତ୍ର ୪ବର୍ଷର । ଅହମଦଙ୍କ ଭିଡିଓରୁ ଜଣା ପଡୁଛି ଯେ ସେ କଥା ବନାଇବାରେ ଖୁବ ମାହିର । ଏହି ବୟସରେ ପିଲାର କମାଲକୁ ସୋସିଆଲ ମିଡିଆ ୟୁଜର୍ସ ଖୁବ ପସନ୍ଦ ମଧ୍ୟ କରୁଛନ୍ତି । ଅହମଦ ପାକିସ୍ତାନ ଟିଭି ଶୋ’ ‘ଗୁଡମର୍ଣ୍ଣିଂ ପାକିସ୍ତାନ’ରେ ମଧ୍ୟ ନଜର ଆସି ସାରିଲେଣି ।

କିଛି ଦିନ ପୂର୍ବେ ଅହମଦଙ୍କୁ ଏକ ମିଲ୍କ କମ୍ପାନୀ ବ୍ରାଣ୍ଡ ଆମ୍ବାସାଡର ବନାଇଛନ୍ତି । ଏହି କମ୍ପାନୀ ଗାଈ କ୍ଷୀର ବିକ୍ରି କରନ୍ତି । ଅହମଦ ଏତେ ବଡ ଷ୍ଟାର ହୋଇସାରିଲେଣି ଯେ ବଡ ବଡ ଟିଭି ଶୋ’ ମଧ୍ୟ ତାଙ୍କୁ ଡାକିବା ପାଇଁ ଲକ୍ଷ ଲକ୍ଷ କୋଟି କୋଟ ଟଙ୍କା ଖର୍ଚ୍ଚ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More