Only for Entertainment

ପାକିସ୍ତାନୀ ଆଙ୍କର ଟେକ ବ୍ରାଣ୍ଡ ‘ଆପଲ’କୁ ଭାବିଲେ ସେଓ ବିକୁଥିବା କମ୍ପାନୀ, ସୋସିଆଲ ମିଡିଆରେ ହେଲେ ଟ୍ରୋଲ

Jansatta
69

ପାକିସ୍ତାନର ଏକ ନ୍ୟୁଜ ଚାନେଲ ଉପସ୍ଥାପିକାଙ୍କୁ ସୋସିଆଲ ମିଡିଆରେ ଜୋରଦାର ଟ୍ରୋଲ୍‌ କରାଯାଉଛି। ଏହି ଉପସ୍ଥାପିକା ଟେକ୍‌ କମ୍ପାନି ‘ଆପେଲ୍‌’କୁ ଖିଆ ଯାଉଥିବା ଆପେଲ (ସେଓ) ଭାବି ଏକ୍ସପର୍ଟଙ୍କ ସମ୍ମୁଖରେ ନିଜ ମତ ରଖିଥିଲେ। ଏହି ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଉକ୍ତ ଉପସ୍ଥାପିକାଙ୍କୁ ନେଇ ଜୋରଦାର ମଜା ଉଡା ଯାଉଛି।

ଏମିତି ଥିଲା ଘଟଣା, ସୋ’ରେ ଡିବେଟ କରୁଥିବା ଜଣେ ଏକ୍ସପର୍ଟ କହିଥିଲେ କି, ଆପେଲର ବାର୍ଷିକ ଟର୍ଣ୍ଣଓଭର ପାକିସ୍ତାନର ପାଖାପାଖି ବଜେଟରୁ ଅଧିକ ରହିଛି। ଆପେଲ ଠାରୁ ଶିଖିବା ଆବଶ୍ୟକ କି ବ୍ୟବସାୟ କିପରି ହୋଇଥାଏ। ଏହାର ପ୍ରତିକ୍ରିୟା ଦେବାକୁ ଯାଇ ଉପସ୍ଥାପିକା କହିଥିଲେ କି, ମୁଁ ବି ଶୁଣିଛି କି ଭିନ୍ନଭିନ୍ନ ପ୍ରକାର ସେଓର ବହୁତ ବଡ଼ ବ୍ୟବସାୟ ଅଛି। ’ ଉପସ୍ଥାପିକାଙ୍କ ଏହି କଥାକୁ ଏକ୍ସପର୍ଟ ତୁରନ୍ତ ଠିକ୍‌ କରିଥିଲେ ହେଁ ଏହାର ଭିଡିଓ କ୍ଲିପ୍‌ ଭାଇରାଲ୍‌ ହୋଇଯାଇଥିଲା।

ଉପସ୍ଥାପିକା ନାୟାଲାଙ୍କୁ ଟ୍ରୋଲ କରିବାକୁ ଯାଇ ଜୁନ୍‌ ନାମକ ଜଣେ ଟୁଇଟର ବ୍ୟବହାରକାରୀ ଲେଖିଛନ୍ତି, ଏହି ଭିଡିଓ ଦେଖି ମୋ ଆଣ୍ଠୁରେ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା। ଏହି ଯୁବତୀ ଯଦି ଦୁଇ ମିନିଟ୍‌ ଆପେଲ ବିଷୟରେ ସେହି ବ୍ୟକ୍ତିଙ୍କ ସହ ଆଲୋଚନା କରିଥାଆନ୍ତେ ତେବେ ସେ ଇମୋସନାଲ୍‌ ହାର୍ଟଆଟାକ୍‌ରେ ମରି ଯାଇ ଥାଆନ୍ତେ।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More