Only for Entertainment

ପାକିସ୍ତାନ ସଂସଦରେ ସାଂସଦ ମନ୍ତ୍ରୀଙ୍କୁ କହିଲେ ‘କୁକୁର’, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

jantakareporter
157

ଜମ୍ମୁ-କାଶ୍ମୀରରେ ଅନୁଚ୍ଛେଦ ୩୭୦ ଧାରା ଉଚ୍ଛେଦ ପରେ ପାକିସ୍ତାନରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାର ପ୍ରତିଫଳନ ପାକିସ୍ତାନ ସଂସଦରେ ବି ଦେଖିବାକୁ ମିଳିଛି। ଜମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ ଓ ୩୫(ଏ) ହଟାଯିବା ପରେ ପାକ ସଂସଦରେ ଏକ ସ୍ବତନ୍ତ୍ର ଅଧିବେଶନ ଡକାଯାଇଥିଲା । ଏଥିରେ ଉପସ୍ଥିତ ସାଂସଦମାନେ କାଶ୍ମୀର ପ୍ରସଙ୍ଗରେ ଆଲୋଚନା କରୁଥିଲେ ।

ଏହି ସମୟରେ ଦୁଇଜଣ ସଦସ୍ୟଙ୍କ ଭିତରେ ଯୁକ୍ତତର୍କ ଆରମ୍ଭ ହୋଇଯାଇଥିଲା । ପାକ୍ ମୁସଲିମ ଲିଗର ସାଂସଦ ମୁଶାହିଦୁଲ୍ଲା ଖାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସମାଲୋଚନା କରୁଥିଲେ । ସେହି ସମୟରେ ବିଜ୍ଞାନ ଏବଂ ବୈଷୟିକ ଜ୍ଞାନକୌଶଳ ବିଭାଗର ମନ୍ତ୍ରୀ ଫବାଦ ଚୌଧରୀ ତାଙ୍କୁ ଅଧାରୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ବେଳେ ମୁଶାହିଦୁଲ୍ଲା ଖାନ ଫବାଦ ଚୌଧରୀଙ୍କୁ ଗାଳିଗୁଲଜ କରିଥିଲେ । କିନ୍ତୁ ମୁଶାହିଦୁଲ୍ଲା ମାନି ନଥିଲେ ।

ପବାଦଙ୍କ ମାତ୍ରାଧିକ ହସ୍ତକ୍ଷେପ କାରଣରୁ ସେ ରାଗିଯାଇ ତାଙ୍କୁ କୁକୁର ବୋଲି କହିଥିଲେ । ଏପରିକି ତାଙ୍କୁ ବାନ୍ଧିକରି ରଖାଯାଇଥିଲା ଓ କୁକୁର ଭଳି ସେ ଖସି ଆସିଥିବା ମଧ୍ୟ କହିଥିଲେ । ଏହାପରେ ଗୃହରେ ଉଭୟ ପକ୍ଷ ଧସ୍ତାଧସ୍ତି ହୋଇଥିବାର ଦେଖିବାକୁ ମିଳିଥିଲା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More