Only for Entertainment

ପି. ଏମ ମୋଦିଙ୍କୁ ବୋମାରେ ଉଡ଼ାଇବାକୁ ଚାହାଁନ୍ତି ଏହି ଗାୟିକା

hindirush
27

ଅଜବ-ଗଜବ କାରନାମା ଦ୍ୱାରା ଭାରତକୁ ଡ଼ରାଇବାର ଅଭିନୟ କରୁଥିବା ପାକିସ୍ତାନୀ ଗାୟିକା ରବି ପୀରଜାଦା ପୁଣି ଏକ ନୂଆ ଡ୍ରାମା କରିଛନ୍ତି | ରବି ଏଥର କଥିତ ଭାବରେ ବିସ୍ଫୋଟକ ଭର୍ତ୍ତି ଏକ ଜ୍ୟାକେଟ ପିନ୍ଧିଛନ୍ତି | ଏହି ଫଟୋକୁ ନିଜ ଟ୍ୱିଟରରେ ପୋଷ୍ଟ କରିବା ସହ ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିପକ୍ଷରେ ଲେଖିଛନ୍ତି | ତେବେ ରବିଙ୍କ ଏହି ଫଟୋକୁ ନେଇ ଭାରତରେ କଟୁ ସମାଲୋଚନା କରାଯାଇଛି |

କିଛି ୟୁଜର୍ସ କହିଛନ୍ତି ଯେ ଏହି ଡ୍ରେସ ପିନ୍ଧି ସେ କରାଚୀ ଫେସନ ସୋରେ ଭାଗ ନିଅନ୍ତୁ | ଆଉ କିଛି ଲେଖିଛନ୍ତି ଯେ ଏମିତି ନ ହେଉ ଯେ ଦୀପାବଳିରେ ସେ ଫାଟିଯିବେ | ଏଠାରେ ସୂଚନା ଥାଉ କି ଏହାପୂର୍ବରୁ ରବି ଅନେକ ବିଷଧର ସାପ ଓ କୁମ୍ଭୀର ସହିତ ନଜର ଆସୁଥିବାର ଭିଡିଓ ପୋଷ୍ଟ କରିଥିଲେ ।

ଏହି ଭିଡିଓରେ ରବି କହିଥିଲେ ଯେ, ଭାରତ ପାଇଁ ଜଣେ କଶ୍ମୀର ଯୁବତୀ ନିଜ ସାପମାନଙ୍କ ସହିତ ପ୍ରସ୍ତୁତ ଅଛି। ଏହି ସାପ ମୋଦୀଙ୍କୁ ଉପହାରରେ ଦିଆଯିବ। ଏବେ ମରିବା ପାଇଁ ପ୍ରସ୍ତୁତ ହୋଇଯାଅ। ଏହାପରେ ରବି ପୀରଯାଦା କଶ୍ମୀର ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ଗୀତ ବି ଗାଉଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More