Only for Entertainment

ରିଲିଜ ହେଲା ‘ପଲ ପଲ ଦିଲ କେ ପାସ’ର ଟ୍ରେଲର, ପ୍ରତ୍ୟେକ ସିନରେ ଦେଖିବାକୁ ମିଳିବ ପ୍ରଥମ ପ୍ରେମର ଅନୁଭବ

zee news
36

ସନି ଦେଓଲଙ୍କ ପୁଅ କରଣ ଦେଓଲଙ୍କ ପ୍ରଥମ ଫିଲ୍ମ ‘ପଲ ପଲ ଦିଲ କେ ପାସ’ର ଟ୍ରେଲର ରିଲିଜ ହୋଇସାରିଛି । କିଛି ସମୟ ପୂର୍ବରୁ ରିଲିଜ ହୋଇଥିବା ଏହି ଟ୍ରେଲରରେ କରଣ ଦେଓଲ ଏବଂ ସହର ବାମ୍ବାଙ୍କ କେମେଷ୍ଟ୍ରୀ ଲୋକଙ୍କ ଦୃଦୟ ଜିତି ନେବେ ବୋଲି ଆଶା କରାଯାଉଛି । ଦୁଇଟି ନୂଆ ଚେହେରାଙ୍କୁ ଦେଖିବା ପାଇଁ ଦର୍ଶକ ମଧ୍ୟ ଖୁବ ଉତ୍ସାହିତ ଅଛନ୍ତି ।
ଫିଲ୍ମର ଟ୍ରେଲର ମାତ୍ର କିଛି ସମୟ ପୂର୍ବରୁ ରିଲିଜ ହୋଇଥିବା ବେଳେ ଏହାର ଭ୍ୟୁଜ ୩ ଲକ୍ଷ ୫୭ ହଜାରରେ ପହଁଚିଛି ।

ଦେଖନ୍ତୁ ଟ୍ରେଲର-

ଟ୍ରେଲର ପୂର୍ବରୁ ଫିଲ୍ମର ପ୍ରଥମ ଗୀତ ରିଲିଜ ହୋଇଥିଲା ଏହାକୁ ଦର୍ଶକ ଖୁବ ପସନ୍ଦ ମଧ୍ୟ କରିଛନ୍ତି । ୨ ମିନିଟ ୧୭ ସେକେଣ୍ଡର ଏହି ଭିଡିଓରେ ସବୁଠାରୁ ଆକର୍ଷଣୀୟ ହୋଇଛି ଏହାର ଲୋକେସନ । ଫିଲ୍ମର ଅଧା ସୁଟିଂ ଲଦାଖ ଏବଂ ହିମାଚଲ ପ୍ରଦେଶରେ କରାଯାଇଛି । ଫିଲ୍ମରେ କରଣ ଙ୍କ ଅପୋଜିଟରେ ସହର ବାମ୍ବା ନଜର ଆସିବେ । ଏହାର ସହରଙ୍କର ମଧ୍ୟ ଡେବ୍ୟୁ ଫିଲ୍ମ । ଫିଲ୍ମ ୨୦ ସେପ୍ଟେମ୍ବରରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More