Only for Entertainment

ସଙ୍ଗୀତରେ ନିଜର କ୍ୟାରିଅର ବନାଇ ଖୁସି ଥିବା କହିଲେ ପଲକ ମୁଚଲ, ଗୀତ ଦେଇଛି ତାଙ୍କୁ ବଂଚିବା ପାଇଁ ସାହାରା !

auditionform
63

ପଲକ ମୁଚାଲ ଜଣେ ପ୍ରସିଦ୍ଧ ଗାୟିକା । ସେ ବଲିଉଡରେ ଅନେକ ସୁପରହିଟ ଗୀତରେ ନିଜ ସୁମଧୁର କଣ୍ଠରେ ମତୁଆଲା କରିଛନ୍ତି । ଯଦିଓ ତାଙ୍କୁ ଅସଲ ପରିଚୟ ସଲମାନ ଖାନ ଙ୍କ ଫିଲ୍ମ ପ୍ରେମରତନ ଧନ ପାୟୂରୁ ମିଳିଥିଲା । ପଲକ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରୁହନ୍ତି ଏବଂ ନିଜର ସୁନ୍ଦର ସୁନ୍ଦର ଫଟୋ ମଧ୍ୟ ସେୟାର କରିଥାନ୍ତି ।

ସଙ୍ଗୀତ ଦ୍ୱାରା ସାରା ଦୁନିଆରେ ନାଁ କମାଇଥିବା ପଲକଙ୍କ କହିବା ମୁତାବକ ସେ ପିଲା ଦିନରୁ ହିଁ ଗୀତ ଶିଖିବା ଆରମ୍ଭ କରିଥିଲେ ଏବଂ ଏହା ଦ୍ୱାରା ତାଙ୍କୁ ଅନ୍ୟ ପ୍ରତି ସହାନୁଭୂତି ର ସୁଯୋଗ ମିଳିଥିଲା ।

ପଲକ ଏବେ ଛୁଆମାନଙ୍କ ପାଇଁ କାମ କରୁଥିବା ସଂସ୍ଥା ସହ ଯୋଡି ହେବାକୁ ଯାଉଛନ୍ତି, ଯେଉଁଠି ସେ ଛୁଆ ମାନଙ୍କ ପାଇଁ ଫଣ୍ଡ ଯୋଗାଡ଼ କରିବା ସହ ଆହୁରି ଅନେକ କାର୍ଯ୍ୟରେ ମଧ୍ୟ ସହାୟତା କରିବେ । ସେ ଏହି ପ୍ରୋଜେକ୍ଟ ରେ ଭାଗିଦାର ହୋଇ ଖୁସି ଥିବା ଜଣାଇଛନ୍ତି । ଏହିଭଳି ନିଆରା ରହିଛି ତାଙ୍କ ଚିନ୍ତାଧାରା । ପଲକ ଏହି ସମସ୍ତ କଥା ଅମାନୀ ଇଣ୍ଡିଆ ପ୍ରୋଜେକ୍ଟ ପାଇଁ କହିଛନ୍ତି । ଏହି ପ୍ରୋଜେକ୍ଟ କୁ ସ୍ମାଇଲ ଫାଉଣ୍ଡେସନ ଏବଂ ଚିଲଡ୍ରେନ ଇନ ହାର୍ମନୀ ଲଂଚ କରିଛନ୍ତି ।

ଖୁବ କମ ଲୋକଙ୍କୁ ଜଣା ଥିବ ଯେ ପଲକ ଅନେକ ଅନଥାଲୟ ପାଇଁ କାମ କରନ୍ତି, ଏବଂ ସେ ନିଜ ଆୟ ର ଅଧା ଅଂଶ ହୃଦ ସମସ୍ୟା ଥିବା ଛୁଆଙ୍କ ପାଇଁ ଖର୍ଚ କରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More