Only for Entertainment

ଏହି ସାମାନ୍ୟ କଥା ପାଇଁ ୨କୋଟିର ବିଜ୍ଞାପନ ଛାଡ଼ିଲେ ଫିଦା ଅଭିନେତ୍ରୀ ସାଇ ପଲ୍ଲବୀ ।

Telugu Post
72

ଫିଲ୍ମ ଫିଦାରୁ  ନିଜ ଅଭିନୟର ଯାତ୍ରା ଆରମ୍ଭ କରିଥିବା ଅଭିନେତ୍ରୀ ସାଇ ପଲ୍ଲବୀ ଅଭିନୟ ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ଫିଦାରୁ ସେ ନିଜ ଅଭିନୟର ଯାତ୍ରା ଆରମ୍ଭ କରିଥିବା ବେଳେ ଏବେ ସେ ସାଉଥ୍‌ ଇଣ୍ଡଷ୍ଟ୍ରିର ଅନେକ ବଡ଼ ବଡ଼ କଳାକାରମାନଙ୍କ ସହ କାମ କରି ସାରିଛନ୍ତି । ତେବେ ଏତେ ଫିଲ୍ମରେ କାମ କରିବା ପରେ ମଧ୍ୟ ଏକ ଛୋଟ କାରଣ ପାଇଁ ୨କୋଟିର ବିଜ୍ଞାପନ ହାତଛଡ଼ା କରିବା ଘଟଣା ଏବେ ତାଙ୍କୁ ଚର୍ଚ୍ଚାକୁ ଆଣିଛି ।

 

ସୂଚନା ମୁତାବକ, ତାଙ୍କୁ ଏକ ଫେସ୍‌ କ୍ରିମ୍‌ର ବିଜ୍ଞାପନ ପାଇଁ ୨କୋଟି ଟଙ୍କା ଅଫର କରାଯାଇଥିଲା । କିନ୍ତୁ ତାଙ୍କ ମୁହଁରେ ବ୍ରଣ ସମସ୍ୟା ଥିବାରୁ ସେ ଏହି ବିଜ୍ଞାପନ କରିବାକୁ ମନା କରି ଦେଇଥିବା ଜଣା ପଡ଼ିଛି । ମୋ ମୁହଁରେ ଏତେ ସାରା ବ୍ରଣ ରହିଛି । ମୁଁ କେମିତି ଏକ ଫେସ୍‌ କ୍ରିମ୍‌ ବ୍ରାଣ୍ଡର ବିଜ୍ଞାପନ କରି ପାରିବି ବୋଲି କହି ସେ ଏହି ବିଜ୍ଞାପନ କରିବାକୁ ମନା କରି ଦେଇଛନ୍ତି । ସମସ୍ତେ ଜାଣିଛନ୍ତି ସାଇଙ୍କ ମୁହଁରେ ବ୍ରଣର ସମସ୍ୟା ରହିଛି । ସେହି ମୁହଁରେ ସେ ଏତେ ବଡ଼ ବଡ଼ ହିଟ୍‌ ଦେଇଥିଲେ ମଧ୍ୟ ବିଜ୍ଞାପନ କରିବାକୁ ମନା କରିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More