ଆଗାମୀ ୱାର୍ – ଡ୍ରାମା ଫିଲ୍ମ ‘ପଲଟନ୍’ର ଇମୋସନାଲ୍ ଗୀତ ‘ମୈ ଜିନ୍ଦା ହୁଁ’ ମୁକ୍ତିଲାଭ କରିଛି । ଗୀତରେ ଶୁଣିବାକୁ ମିଳିଛି ସୋନୁ ନିଗମଙ୍କ ଆକର୍ଷଣୀୟ ଗାୟିକି । ଅନୁ ମଲ୍ଲିକଙ୍କ ସଙ୍ଗୀତରେ ଏହି ଗୀତରେ ଲିରିକ୍ସ ଦେଇଛନ୍ତି ଜାଭେଦ୍ ଅଖତର୍ । ଅନେକ ଦିନ ପରେ ସୋନୁ ନିଗମଙ୍କ କଲା ଏଭଳି ଗାୟିକି ଶୁଣିବାକୁ ମିଳିଛି । ୧୯୬୭ ମସିହାରେ ଇଣ୍ଡିଆ ଓ ଚାଇନା ଭିତରେ ସୀମାରେ ହୋଇଥିବା ଯୁଦ୍ଧ କୁ ନେଇ ଏହି ସିନେମାଟି ଗତିଶୀଳ ହୋଇଛି ।
ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଜେପି ଦତା । ଫିଲ୍ମରେ ଅର୍ଜୁନ ରାମପାଲ୍, ଜ୍ୟଆକି ଶ୍ରଫ୍, ଗୁରତମିତ୍ ଚୌଧୁରୀ, ଲଭ୍ ସିହ୍ନା, ସିଦ୍ଧାର୍ଥ କପୁର୍, ହର୍ଷବର୍ଦ୍ଧନ ରାଣେ ଆଦି କଳାକାରଙ୍କ ଦମଦାର୍ ଅଭିନୟ ଦେଖିବାକୁ ମିଳିବ । ଏହି ଫିଲ୍ମଟି ୭ ପେପ୍ଟେମ୍ବରରେ ପରଦାକୁ ଆସିବ ।