ଫିଲ୍ମମେକର ଜେପି ଦତ୍ତାଙ୍କ ଆଗାମୀ ଫିଲ୍ମ ‘ପଲଟନ’ର ପ୍ରଥମ ଗୀତ ରିଲିଜ ହୋଇଛି । ଏହି ଫିଲ୍ମର ଟ୍ରେଲର ଆସୁ ଆସୁ ଧମାଲ ମଚାଇଥିଲା । ଫିଲ୍ମର ଏହା ପ୍ରଥମ ଗୀତ ଏହାର ଟାଇଟଲ ଟ୍ରାକ ମଧ୍ୟ ରହିଛି । ଗୀତ ଭିଡିଓରେ ଭାରତୀୟ ସେନାରେ ନଜର ଆସିବେ ସୋନୁ ସୁଦ ଏବଂ ଅର୍ଜୁନ ରାମପାଲ । ଏମାନେ ଯୁଦ୍ଧର ପ୍ରସ୍ତୁତି କରୁଥିବାର ନଜର ଆସିଛନ୍ତି ଏହି ଗୀତରେ । ଗୀତର ବୋଲ ଖୁବ ସୁନ୍ଦର ହୋଇଥିବା ବେଳେ ଏହି ଗୀତରେ ଦେଶ ପାଇଁ ନିଜ ଜୀବନକୁ ବାଜି ଲଗାଇବା ଏବଂ ପରିଶ୍ରମ ପରିଷ୍କାର ନଜର ଆସିଛି ।
ଜବାନ ମାନେ କିଭଳି ନିଜ ଦେଶବାସୀ ମାନଙ୍କ ପାଇଁ ନିଜର ଜୀବନକୁ ଜଳାଂଜଳୀ ଦେଇ ବର୍ଡରରେ ଛିଡା ହୋଇ ରହୁଛନ୍ତି ଏହା ଦେଖିବାକୁ ମିଳିବ ଏହି ଫିଲ୍ମରେ । ଆପଣଙ୍କ ଏଠାରେ ଜଣାଇ ରଖୁଛୁ ଯେ ଏହି ଫିଲ୍ମରେ ଅନୁ ମଲ୍ଲିକ ଏବଂ ଜାବେଦ ଅଖତରଙ୍କ ଯୋଡି ପୁଣିଥରେ ସାମ୍ନାକୁ ଆସିଛି । ଏହାପୂର୍ବରୁ ଜେପି ଦତ୍ତାଙ୍କ ଫିଲ୍ମ ବର୍ଡର ଏବଂ ଏଲ ଓ ସି କାରଗିଲରେ ନିଜର କଲମ ଏବଂ ସଙ୍ଗୀତର ଯାଦୁ ବିଛୁରିତ କରିଥିଲେ ।
ହାରାହାରି ୧୫ବର୍ଷ ପରେ ଅନୁ ମଲ୍ଲିକ ଏବଂ ଜାବେଦ ଅଖତର ଏବଂ ଜେପି ଦତ୍ତାଙ୍କ ଯୋଡି ପଲଟନ ପାଇଁ ଦେଖିବାକୁ ମିଳିଛି । ଏହି ଫିଲ୍ମ ୭ସେପ୍ଟେମ୍ବରରେ ପରଦାରେ ନଜର ଆସିବ ।