Only for Entertainment

ଛେନା ବିସ୍କୁଟ ପ୍ରସ୍ତୁତି ପ୍ରଣାଳୀ

triaxsys
0 32

ସାମଗ୍ରୀ:

ଛେନା ୪୦୦ ଗ୍ରାମ, ମଇଦା ୧୦୦ ଗ୍ରାମ, ଚିନି ଗୁଣ୍ଡ ୧୦୦ ଗ୍ରାମ , ଲୁଣ ଅଳ୍ପ , ଘିଅ ୫୦ ଗ୍ରାମ , ବେକିଂ ପାଉଡର ୧/୨ ଚାମଚ, ରିଫାଇନ ତେଲ ୫୦ ଗ୍ରାମ , କ୍ଷୀର ଅଧା କପ ।

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ଛେନାରୁ ପାଣି ଭଲଭାବେ ଚିପୁଡି ଦେଇ ରଖନ୍ତୁ । ଏବେ ଛେନା, ରିଫାଇନ ତେଲ , ଘିଅ , ଲୁଣ ଓ ଗୁଣ୍ଡ ଚିନି ନେଇ ଭଲ ଭାବେ ଚକଟି ଦିଅନ୍ତୁ । ଏହାପରେ ଏଥିରେ ବେକିଂ ପାଉଡର ଓ ମଇଦା ମିଶାଇ ଭଲ ଭାବେ ମିଶାଇ ଦିଅନ୍ତୁ ।

ଏଥିରେ କ୍ଷୀର ଦେଇ ଭଲ ଭାବେ ଆଉ ଥରେ ଚକଟି ଦିଅନ୍ତୁ । ଏହାକୁ ଛୋଟ ଛୋଟ ଗୋଳା କରି କାଟି ବିସ୍କୁଟ ଭଳି କରି ବେକିଂ ଟ୍ରେରେ ୧୫ ମିନିଟ ବେକ କରି ଥଣ୍ଡା ହେବାକୁ ଦିଅନ୍ତୁ । ଏବେ ପ୍ରସ୍ତୁତ ଆପଣଙ୍କ ପ୍ରିୟ ଖାସ୍ତା ଭରା ଛେନା ବିସ୍କୁଟ । ଏହା ସମସ୍ତ ବୟସର ଲୋକ ଖାଇପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More