Only for Entertainment

ଆଜି ହିଁ ପ୍ରସ୍ତୁତ କରି ଖାଆନ୍ତୁ ଏବଂ ଖୁଆନ୍ତୁ ପନିର ବାଇଟ

mapsofindia
24

ସାମଗ୍ରୀ

୨୦୦ ଗ୍ରାମ୍‌ ପନୀର କିମ୍ବା କଟେଜ୍‌ ଚିଜ୍‌, ୧୦୦ ଗ୍ରାମ୍‌ ସିଝା ଆଳୁ, ୨ ଟେବଲସ୍ପୁନ୍‌ ମକାଗୁଣ୍ଡ, ୧ ଚାମଚ ଲୁଣ, କଞ୍ଚା ଲଙ୍କା, ଧନିଆ ପତ୍ର ଏବଂ ଆବଶ୍ୟକ ଅନୁସାରେ ତେଲ।

ପ୍ରଣାଳୀ
ଏକ ପାତ୍ରରେ ୨୦୦ ଗ୍ରାମ୍‌ ପନୀର କିମ୍ବା କଟେଜ ଚିଜ୍‌ ରଖି ଭଲ ଭାବେ ମିଶ୍ରଣ କରନ୍ତୁ। ଏବେ ଏଥିରେ ସିଝା ଆଳୁ, ଲୁଣ, କଟା ଧନିଆ ପତ୍ର, ମକାଗୁଣ୍ଡ ପକାଇ ଭଲ ଭାବେ ମିଶ୍ରଣ କରନ୍ତୁ। ଏହାକୁ ଟାଇଟ୍‌ ହେବା ଯାଏ ଦଳନ୍ତୁ। ଏବେ ହାତରେ ଅଳ୍ପ ତେଲ ଲଗାଇ ଏହି ମିଶ୍ରଣରୁ ଅଳ୍ପ ନେଇ ଛୋଟ ବଲ୍‌ ତିଆରି କରନ୍ତୁ। ଏବେ କଡ଼େଇରେ ଆବଶ୍ୟକ ଅନୁସାରେ ତେଲ ଗରମ କରନ୍ତୁ। ଏହାପରେ ୨ରୁ ୩ ଟି ବଲ୍‌ କଡ଼େଇରେ ପକାଇ କ୍ରିସ୍‌ପି ହେବା ଯାଏ ଛାଣନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା କ୍ରିସ୍‌ପି ପନୀର ବାଇଟ୍‌। ଏହାକୁ ଟମାଟୋ ସସ୍‌ ସହିତ ଗରମ ଗରମ ପରଷନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More