Only for Entertainment

ଖାଇବାରେ ମଜାଦାର ପନିର ସ୍ପିଂଡଲ ।

spoonful O' spice - WordPress.com
31

ଖାଦ୍ୟରେ ଯଦି ପ୍ରତିଦିନ ଭିନ୍ନ ଭିନ୍ନ ରେସିପିର ସ୍ୱାଦ ମିଳିବ ତେବେ କିପରି ହେବ?ଏହା ମଧ୍ୟ ଆପଣଙ୍କର ଇଛା ହେଉଥିବ । କିନ୍ତୁ ପ୍ରତିଦିନ ରେଷ୍ଟୁରାଂଟରେ ଖାଇବା ସମ୍ଭବ ନୁହେଁ । ତେଣୁ ଆପଣ ସେଥିପାଇଁ ଚିନ୍ତା କରନ୍ତୁ ନାହିଁ । ଯଦି ରେଷ୍ଟୁରାଂଟରେ ଖାଇବାବୁ ଇଛା ହେଉଛି ତେବେ ସେହିଭଳି ଖାଦ୍ୟ ଆପଣ ଘରେ ମଧ୍ୟ ପ୍ରସ୍ତୁତ କରି ମଜା ନେଇପାରିବେ । ତେବେ ଚାଲନ୍ତୁ ଜାଣିବା ତାହାର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ।

ପ୍ରଥମେ କଟା ପନିର ନିଅନ୍ତୁ,ସେଥିରେ ଲେମ୍ବୁ ରସ,ଅଦା ପେଷ୍ଟ, ଚିଲି ଫ୍ଲେକ୍ସ,ତେଲ,ଲଙ୍କା ଗୁଣ୍ଡ,ଗୋଲମରିଚ ଗୁଣ୍ଡ,ପିଆଜ ଗୁଣ୍ଡ ଏବଂ ଲୁଣ ମିଶାଇ ୩୦ ମିନିଟ ପାଇଁ ରଖିଦିଅନ୍ତୁ ।ଏହାପରେ କଡ଼ାଇରେ ପାଣି,ତେଲ ଓ ଲୁଣ ପକାଇ ସେଥିରେ ନୁଡୁଲସ ପକାଇ ସିଝାନ୍ତୁ । ଏହାପରେ ବାହାର କରି ଥଣ୍ଡା ପାଣିରେ ପକାଇ ଦିଅନ୍ତୁ । ଏଭଳି କରିବା ଦ୍ୱାରା ଏହା ଲାଖିବ ନାହିଁ ।

ଏକ ପାତ୍ରରେ କିଛି କଣ୍ଣଫ୍ଲୋର ନିଅନ୍ତୁ । ଏହାକୁ ଟ୍ରେରେ ଖେଳାଇ ୩୦ ମିନିଟ ପାଇଁ ରଖନ୍ତୁ । ଏବେ କିଛି ନୁଡୁଲସ ନିଅନ୍ତୁ ଏବଂ ଏହାର ଶେଷରେ ଏକ ପନିର ଖଣ୍ଡ ରଖି ପନିରକୁ ଭଲ ଭାବରେ ଗୁଡ଼ାଇ ଦିଅନ୍ତୁ । ଏବେ କଡ଼ାଇରେ ତେଲ ଗରମ କରି କଡ଼ କଡ଼ ହେବା ପର୍ଯ୍ୟନ୍ତ ଛାଣନ୍ତୁ ଓ ଟମାଟୋ ସସ ସହିତ ସର୍ଭ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More