Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ପନିର ତନ୍ଦୁରୀ ।

youtube
0 35

ଆବଶ୍ୟକୀୟ ସାମଗ୍ରୀ- ୪୦୦ ଗ୍ରାମ ପନିର,୨ ଚାମଚ ତେଲ,ଲୁଣ,ଅଦା ଓ ରସୁଣ ବଟା,ମିଟ ମସଲା,କସୁରୀ ମେଥି,ଅଧ କପ ଦହି ।
ପ୍ରସ୍ତୁତି ପ୍ରଣାଳୀ- ଏକ ବାଉଲରେ ପନିର,ଅଦା ଓ ରସୁଣ ବଟା,ଦହି ଓ ମିଟ ମସଲା ପକାଇ ମିଶାନ୍ତୁୁ । ୨୦ ମିନିଟ ପାଇଁ ମ୍ୟାରିନେଟ କରି ରଖନ୍ତୁ । ଏହାପରେ ଏହାକୁ ତନ୍ଦୁରରେ ଗ୍ରିଲ କରନ୍ତୁ କିମ୍ବା ତାୱାରେ ମଧ୍ୟ ତେଲ ବ୍ୟବହାର କରି କରିପାରିବେ ।
ଏବେ ଏକ ପ୍ୟାନରେ ୨ ଚାମଚ ତେଲ ପକାନ୍ତୁ, ସେଥିରେ ଅଦା ଓ ରସୁଣ ବଟା ପକାଇ ଭାଜନ୍ତୁ । କିଛି ସମୟ ପରେ ମ୍ୟାରିନେଟରୁ ବାହାରିଥିବା ମିଶ୍ରଣକୁ ପକାନ୍ତୁ । ଲୁଣ ସ୍ୱାଦନୁସାରେ ପକାନ୍ତୁ । କୁକ ହେବା ପରେ ପନିର ପକାନ୍ତୁ ଓ କସୁରୀ ମେଥି ପକାନ୍ତୁ । ୧୦ ମିନିଟ ପରେ ପ୍ୟାନରୁ ବାହାର କରନ୍ତୁ । ଏହାକୁ ଗ୍ରେଭି କରିବେ । ଶେଷରେ ଫ୍ରେଶ କ୍ରିମ ଆଡ କରିପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More