Only for Entertainment

କୃତି ସେନନ ପୂରା କଲେ ‘ପାନିପତ’ର ସୁଟିଂ, ଇମେସନାଲ ମେସେଜ ସହିତ ଅର୍ଜୁନଙ୍କ ସହ ସେୟାର କଲେ ଫଟୋ

Newsdig
37

ଅର୍ଜୁନ କପୁର ଏବଂ ଅଭିନେତ୍ରୀ କୃତି ସେନନ ଖୁବ ଶୀଘ୍ର ଫିଲ୍ମ ‘ପାନିପତ’ରେ ଏକା ସହିତ ନଜର ଆସିବେ । ଏହି ଫିଲ୍ମର ନିର୍ଦ୍ଦେଶନା ହେଉଛନ୍ତି ଆଶୁତୋଷ ଗୋୱାରିକର । ଏହି ଫିଲ୍ମ ପାନିପତର ତୃତୀୟ ଯୁଦ୍ଧ ଉପରେ ଆଧାରିତ । ଫିଲ୍ମର ଲିଡ ଅଭିନେତ୍ରୀ କୃତି ସେନନ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଅର୍ଜୁନ କପୁର ଏବଂ ନିର୍ଦ୍ଦେଶକ ଆଶୁତୋଷଙ୍କ ସହିତ ଫଟୋ ସେୟାର କରି ସୁନ୍ଦର ମେସେଜ ଲେଖିଛନ୍ତି ।

କହିରଖୁଛୁ ଯେ, କୃତି ସେନନ ନିଜ ଭାଗର ସୁଟିଂ ପୂରା କରି ସାରିଛନ୍ତି । ସୁଟିଂ ଶେଷ ହେବା ପରେ ସେ ଅର୍ଜୁନ କପୁର ଏବଂ ଆଶୁତୋଷ ଗୋୱାରିକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

କୋ-ଷ୍ଟାର ଅର୍ଜୁନଙ୍କ ସହିତ ଫଟୋ ସେୟାର କରି ସେ ଲେଖିଛନ୍ତି, ‘ୟାକୁ ଚୁପ କରିବାର ଆଉ କିଛି ରାସ୍ତା ନାହିଁ । ଜଣେ ଭଲ କୋ-ଷ୍ଟାର ହେବା ପାନଇଁ ତୁମକୁ ଧନ୍ୟବାଦ । ମୁଁ ଖୁସି ଯେ ମୁଁ ଏହି ଜର୍ଣ୍ଣିର ଅଂଶ ହୋଇପାରିଲି । ତୁମ ସହିତ କାମ କରି ମୋତେ ଆଉ ଗୋଟେ ଭଲ ସାଙ୍ଗ ମିଳିଗଲା ।’

ସେହିପରି ଆଶୁତୋଷ ଗୋୱାରିକରଙ୍କ ସହିତ ଫଟୋ ସେୟାର କରି ଲେଖିଛନ୍ତି, ‘ମୋତେ ଏହି ଫିଲ୍ମରେ ମଉକା ଦେଇଥିବାକୁ ଧନ୍ୟବାଦ । ମୋ ମଧ୍ୟରେ ପାର୍ବତୀ ବାଇ କୁ ଖୋଜିଥିବାରୁ ଦୃଦୟକୁ ଧନ୍ୟବାଦ ।’

ଫିଲ୍ମରେ ଅର୍ଜୁନ କପୁର ଏବଂ କୃତି ସେନନଙ୍କ ବ୍ୟତିତ ସଂଜୟ ଦତ୍ତ ଙ୍କ ପରି କଳକାର ନଜର ଆସିବେ । ଫିଲ୍ମ ୬ ଡିସେମ୍ବରରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More