Only for Entertainment

ଫିଲ୍ମ ‘ପାନିପତ’ରୁ ସାମ୍ନାକୁ ଆସିଲା ସଂଜୟ ଦତ୍ତ, ଅର୍ଜୁନ କପୁର ଓ କ୍ରିତି ସାନନଙ୍କ ପ୍ରଥମ ଲୁକ, ଦେଖନ୍ତୁ ଫଟୋ

koimoi
31

ଖୁବ ଶୀଘ୍ର ପରଦାକୁ ଆସିବ ପିରିୟଡିକାଲ ଡ୍ରାମା ଫିଲ୍ମ ପାନିପତ । ପାନିପଥ ଯୁଦ୍ଧକୁ ନେଇ ପର୍ଯ୍ୟବେସିତ ହୋଇଛି ଏହି ବଲିଉଡ ଫିଲ୍ମ । ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ଆଶୁତୋଷ ଗ୍ୱାରିୟକରଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେଉଛି ଏହି ହିଷ୍ଟୋରୀକାଲ ଡ୍ରାମା ଫିଲ୍ମ । ନିକଟରେ ଫିଲ୍ମର ପ୍ରଥମ ପୋଷ୍ଟର ସାମ୍ନାକୁ ଆସିଥିବା ବେଳେ ୫ ନଭେମ୍ବରରେ ଫିଲଲ୍ମର ଟ୍ରେଲର ରିଲିଜ ହେବ୬ । ଟ୍ରେଲର ରିଲିଜ ପୂର୍ବରୁ ଏବେ ଫିଲ୍ମରୁ ସଂଜୟ ଦତ୍ତଙ୍କ ପ୍ରଥମ ଲୁକ ସାମ୍ନାକୁ ଆସିଛି । ସଂଜୟ ଦତ୍ତଙ୍କ ଏହି ଲୁକ ଦର୍ଶକଙ୍କ ଉତ୍ସାହକୁ ଆହୁରି ବଢାଇ ଦେଇଛି ।

 

ସାମ୍ନାକୁ ଆସିଥିବା ଏହି ପୋଷ୍ଟରରେ ସଂଜୟ ଦତ୍ତ ଖୁବ ଖତରନାକ ଲୁକରେ ନଜର ଆସିଛନ୍ତି । ପୋଷ୍ଟଟରେ ସେ ଐତିହାସିକ ପାତ୍ର ଅହମଦ ଶାହ ଅବ୍ଦାଲୀ ଗେଟଅପରେ ନଜର ଆସିଛନ୍ତି । ସଂଜୟ ଦତ୍ତଙ୍କ ସହିତ କ୍ରିତି ସାନନଙ୍କ ପ୍ରଥମ ଲୁକ ମଧ୍ୟ ସାମ୍ନାକୁ ଆସିଛି । ପୋଷ୍ଟରରେ କ୍ରିତି ସାନନ ମରାଠୀ ମହାରାଣୀ ପାର୍ବତୀ ବାଇ ଚରିତ୍ରରେ ନଜର ଆସିଛନ୍ତି ।

ସଂଜୟ ଏବଂ କ୍ରିତିଙ୍କ ପ୍ରଥମ ଲୁକ ସହିତ ଅଭିନେନତା ଅର୍ଜୁନ କପୁରଙ୍କ ପଙ୍ରଥମ ଲୁକ ମଧ୍ୟ ସାମ୍ନାକୁ ଆସିଛି । ଫଟୋରେ ଅର୍ଜୁନ ସଦାଶିବ ରାଓ ଭୂମିକାର ନଜର ଆସିଛନ୍ତି । ତାଙ୍କର ଏହି ଇଣ୍ଟେନ୍ସ ଲୁକ ଲୋକଙ୍କୁ ଖୁବ ପସନ୍ଦ ମଧ୍ୟ ଆସିଛି ।

 

ସଂଜୟ, ଅର୍ଜୁନଙ୍କ ସହ କ୍ରିତି ସାନନଙ୍କ ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ । ଆଫଗାନ ଶାସକ ଅହମଦ ଶାହା ଅବଦାଲି ଭୂମିକାରେ ସଂଜୟ ଦତଙ୍କ ଅଭିନୟ ରହିଛି । ଯିଏକି ସଦାଶିବ ରାଓ ଓରଫ ଅର୍ଜୁନ କପୁରଙ୍କ ସହ ମୁହାଁମୁହିଁ ହେବେ । ଅନ୍ୟପଟେ ବିଗତ ଦିନର ଲୋକପ୍ରିୟ ଚେହେରା ପଦ୍ମୀନି କୋହ୍ଲାପୁରୀଙ୍କୁ ମଧ୍ୟ ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୁମିକାରେ ଅଭିନୟ ରହିଛି । ମହେଞ୍ଜୋଦାରୋ ରିଲିଜର ୩ବର୍ଷ ପରେ ପୁଣି ହିଷ୍ଟୋରୀକାଲ ଡ୍ରାମା ସିନେମା ସହ ଫେରୁଛନ୍ତି ଆଶୁତୋଷ । ଜାବେଦ ଅଖତରଙ୍କ ଗୀତକୁ ସଂଗୀତାର ସଜାଇଛନ୍ତି ଅଜୟ ଅତୁଲ । ଡିସେମ୍ବର ୬ରେ ପରଦାକୁ ଆସିବ ପାନିପତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More