୩ଟି ପଂଜରା ହାଡ ଭାଙ୍ଗିବା ସତ୍ୱେ ମଧ୍ୟ କଥା ଦେଇଥିବା ସମୟରେ ଫିଲ୍ମ ୮୩ର ସୁଟିଂ ପାଇଁ ଲଣ୍ଡନରେ ପହଞ୍ଚିଛନ୍ତି ପଙ୍କଜ ତ୍ରିପାଠୀ !
ବହୁମୁଖୀ ଅଭିନେତା ତଥା ନ୍ୟାସ୍ନାଲ ଆଓ୍ଵାର୍ଡ ବିଜେତା ପଙ୍କଜ ତ୍ରିପାଠୀଙ୍କୁ ଏବେ ପ୍ରାୟ ସବୁ ଫିଲ୍ମରେ ଦର୍ଶକେ ଦେଖିବାକୁ ପାଉଛନ୍ତି । ତାଙ୍କର ଭିନ୍ନ ଅଭିନୟ ଦକ୍ଷତା ଆଜି ତାଙ୍କୁ ବହୁତ ବ୍ୟସ୍ତ କରି ପକାଇଛି । ଗୋଟେ ଫିଲ୍ମ ସରିବା ପରେ ଆଉ ଗୋଟେ ଫିଲ୍ମ କରିବାରେ ଲାଗି ପଡ଼ୁଛନ୍ତି ପଙ୍କଜ । ଏ ମଧ୍ୟରେ ସେ ପରିବାରକୁ ମଧ୍ୟ ସମୟ ଦେଇ ପାରୁ ନହାନ୍ତି । ତେବେ ସମୟ ବାହାର କରି ପରିବାର ସହ ସ୍କଟ୍ଲ୍ୟାଣ୍ଡ ଯିବାକୁ ଯୋଜନା ଥିବା ବେଳେ ଯିବାର ଦୁଇ ଦିନ ପୂର୍ବରୁ ସେ ଦୁର୍ଘଟଣାର ଶିକାର ହୋଇଥିଲେ ବୋଲି ଜଣା ପଡ଼ିଛି ।