Only for Entertainment

ଜାଣନ୍ତୁ ଅମୃତଭଣ୍ଡା ପତ୍ରର ଉପକାରୀତା ବିଷୟରେ ।

latiendadelunalunera - Blogger
0 47

ସମସ୍ତେ ଫଳ ଖାଇବାକୁ ପସନ୍ଦ କରନ୍ତି । କାରଣ ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ଭରି ରହିଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ।
ଏଥିରେ ଆଣ୍ଟି ବ୍ୟାକ୍ଟେରିଆ ଉପାଦାନ ରହିଥିବା ସହ ଏହା ହଜମ ଶକ୍ତି ବୃଦ୍ଧି କରାଇବା ପାଇଁ ଅତ୍ୟନ୍ତ ଭଲ। ଏଥରେ ଭିଟାମିନ୍ ‘ଇ’ ଏବଂ ‘ସି’ ରହିଛି। କେବଳ ଅମୃତଭଣ୍ଡା ନୁହେଁ, ଜାଣିରଖନ୍ତୁ ଯେ ଅମୃତଭଣ୍ଡା ପତ୍ର ମଧ୍ୟ ସମାନ ଉପକାରୀ। ତେବେ, ଚାଲନ୍ତୁ ଜାଣିବା ଅମୃତଭଣ୍ଡା ପତ୍ରର୍ ଜୁସ୍ ପିିଇବା ଦ୍ୱାରା କେଉଁ ଫଳ ଆମକୁ ମିଳିବ।
ଅମୃତଭଣ୍ଡା ପତ୍ରରେ ଭିଟାମିନ୍ ‘ଏ’, ‘ସି’, ‘ଇ’, ‘ଏଫ’ ଏବଂ କ୍ୟାଲ୍ସିୟମ୍, ମ୍ୟାଗ୍ନେସିୟମ୍, ସୋଡିୟମ୍, ଆଇରନ୍ ଆଦି ରହିଛି। ଜାଣନ୍ତୁ ଏହି ପତ୍ରର ଜୁସ୍ କେଉଁ କେଉଁ କାର୍ୟ୍ୟରେ ଆସେ।
ଡେଙ୍ଗୁ ଜ୍ୱର ସହ ଲଢ଼େଇ କରିବା ପରି ଉପାଦାନ ଅମୃତଭଣ୍ଡା ପତ୍ରରେ ରହିଛି। ଡେଙ୍ଗୁ ରୋଗୀମାନଙ୍କୁ ଅମୃତଭଣ୍ଡା ପତ୍ରର ଜୁସ୍ ପିଇବାକୁ ପରାମର୍ଶ ଦିଆଯାଇଥାଏ ବୋଲି ଆପଣ ଜାଣିଥିବେ ନିଶ୍ଚୟ।
ଅମୃତଭଣ୍ଡା ପତ୍ରରେ ଆଣ୍ଟି-ମ୍ୟାଲେିରିଆ ଉପାଦାନ ମଧ୍ୟ ରହିଛି। ଡେଙ୍ଗୁ ପରି ମେଲରିଆ ଜ୍ୱର ଆକ୍ରାନ୍ତ ମଧ୍ୟ ଅମୃତଭଣ୍ଡା ପତ୍ରର ଜୁସ୍କୁ ଔଷଧ ଭାବେ ଗ୍ରହଣ କରିପାରନ୍ତି।
ହଜମ ପାଇଁ ଏହି ପତ୍ରର ଜୁସ୍ ଖୁବ୍ ଭଲ। ଏହା ପେଟ ଜନୀତ ଯେକୌଣସି ସମସ୍ୟା ପାଇଁ ଭଲ। ଗ୍ୟାସ, ପେଟ କାମୁଡ଼ା ଆଦି ସମସ୍ୟା ରହିଥିଲେ ଏହି ଜୁସ୍ ପିଇବା ଦ୍ୱାରା ଦୂର ହୋଇଥାଏ।
ଏହାବ୍ୟତୀତ ରକ୍ତଚାପ, ମହିଳାମାନଙ୍କ ମାସିକ ଧର୍ମ ସଂପର୍କିତ ପୀଡ଼ା, ତ୍ୱଚା ସମସ୍ୟା, କେଶ ସମସ୍ୟା, କର୍କଟ ଆଦି ସମ୍ଭାବନାକୁ ବି ଦୂର କରେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More