Only for Entertainment

ଦହି ପାମ୍ପଡି ଚାଟ ପ୍ରସ୍ତୁତି ପ୍ରଣାଳୀ

Veg Recipes of India
0 47
ଆବଶ୍ୟକ ସାମଗ୍ରୀ :
୧୦୦ ଗ୍ରା . ପାମ୍ପଡ , ୨ ଟି ଆଳୁ , ୨/୩ ଚାମଚ ଖଟା ଦହି , ୧ ଚାମଚ ତେନ୍ତୁଳୀ ରସ , ୧ ଚାମଚ କଟା ପିଆଜ , ଅଧା ଚାମଚ ଧନିଆପତ୍ର , ଅଧା ଚାମଚ ଚାଟ ମସଲା , ୧ ଚାମଚ ଚୂନାଚୂନା ନଡିଆ ଖଣ୍ଡ , ୨ ଚାମଚ ଛଣା ସେଓ , ଆବଶ୍ୟକ ଅନୁସାରେ ବିଟ ଲୁଣ ଓ ଟମାଟୋ ସସ।
ପ୍ରଣାଳୀ :
ପ୍ରଥମେ ଆଳୁ ଦୁଇଟିକୁ ଶିଝାଇ ନେଇ ଛୋଟଛୋଟ ଖଣ୍ଡରେ କାଟି ରଖନ୍ତୁ । ଆବଶ୍ୟକ ଅନୁସାରେ ବିଟ ଲୁଣ , ଟମାଟସସ, ଚାଟମସଲା, ତେନ୍ତୁଳୀ ରସ ଓ ଦହିକୁ ମିଶାଇ ଭଲଭାବରେ ଗୋଳାନ୍ତୁ । ପାମ୍ପଡକୁ ଗୋଟାଗୋଟା ସଜାଇ ଆଳୁ ଓ ଗୋଳା ଯାଇଥିବା ମସଲା ଦେଇ ସେଥିମଧ୍ୟରେ ରଖି ସଜାଇ ଦିଅନ୍ତୁ । ଏହା ଉପରେ କଟା ନଡିଆ , ଛଣା ସେଓ ଓ ଅଳ୍ପ ଦହି ଦେଇ ଖାଇବାକୁ ଦିଅନ୍ତୁ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More