Only for Entertainment

କିସିଂ କଣ୍ଟ୍ରୋଭର୍ସିର ୬ ମାସ ପରେ ଫେରିଲେ ପାପୋନ, ଆସିଲା ନୂଆ ଗୀତ ।

Voot
0 36

ପ୍ରସିଦ୍ଧ ଗାୟକ ପାପୋନ ମ୍ୟୁଜିକ ରିୟଲିଟି ଶୋ’ ‘ଭଏସ ଅଫ ଇଣ୍ଡିଆ’ର ହୋଲି ସେଲିବ୍ରେସନ ଏପିସୋଡରେ ଜଣେ ପ୍ରତିଯୋଗୀଙ୍କୁ କିସ କରି ବିବାଦରେ ଫସିଯାଇଥିଲେ । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ କଡା ସମାଲୋଚନା କରିଥିଲେ । ତେବେ ଏହି ବିବଦର ୬ ମାସ ପରେ ସେ ପୁଣିଥରେ ନୂଆ ଗୀତ ସହିତ ଫେରିଛନ୍ତି ।

III Smoking Barrels ର ମେକର୍ସ ଫିଲ୍ମର ପ୍ରଥମ ଗୀତକୁ ରିଲିଜ କରିଛନ୍ତି । ଏହାକୁ ପାପୋନ ଗାଇବା ସହିତ କମ୍ପୋଜ ମଧ୍ୟ କରିଛନ୍ତି । ଗୀତର ନାମ ରହିଛି ‘ୟେ ତିସ୍ନଗୀ’ । ଏହା ଏକ ରକ୍ ଏବଂ କଣ୍ଟେମ୍ପରରୀ ବଲିଉଡ ଷ୍ଟାଇଲ ସଙ୍ଗ । ଏହାକୁ ହିନ୍ଦୀ ଏବଂ ଆସାମୀ ଭାଷାରେ ରିଲିଜ କରାଯାଇଛି ।

ଗୀତକୁ ନେଇ ପାପୋନ କହିଛନ୍ତି ଏହି ଗୀତକୁ ହିନ୍ଦୀ ଏବଂ ଆସାମୀ ଭାଷାରେ ଗାଇବା ଭଲ ଅନୁଭବ ଥିଲା । ମୁଁ ଚାହୁଁଛି ଏହି ଗୀତ ଏବଂ ଫିଲ୍ମ ଜରିଆରେ ପୁରା ଦେଶର ଲୋକେ ନର୍ଥ-ଇଷ୍ଟ କାହାଣୀ ବିଷୟରେ ଜାଣନ୍ତୁ । ଆଶା କରୁଛି ଏହାର ଦୁଇଟି ଯାକ ଭର୍ସନକୁ ଲୋକଙ୍କ ଭଲ ପାଇବା ମିଳିବ ।

କହିରଖୁଛୁ ଯେ ବିବାଦରେ ଫସିବା ପରେ ଏବଂ ଭିଡିଓ ଭାଇରାଲ ହେବା ପରେ ଅନେକ ଲୋକ ତାଙ୍କୁ ବୟକଟ କରିଦେଇଥିଲେ । ଏହା ମଧ୍ୟ ଶୁଣିବାକୁ ମିଳିଥିଲା ଯେ ଆଶାମର ବିହୁ ଫେଷ୍ଟିଭଲରେ ପାପୋନଙ୍କୁ ଚଳିତ ବର୍ଷ କୌଣସି ଅଫର ମିଳିନଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More