Only for Entertainment

ରିୟାଲିଟି ଶୋ’ରେ ପ୍ରତିଯୋଗୀକୁ କିସ ଦେବାକୁ ନେଇ ଚର୍ଚ୍ଚାରେ ପାପୋନ, ପାସ୍କୋ ଆକ୍ଟ ଅନୁସାରେ ମାମଲା ରୁଜୁ ।

aajtak
0 50

ବଲିଉଡର ପ୍ରସିଦ୍ଧ ଗାୟକ ପାପୋନ ମ୍ୟୁଜିକ ରିୟାଲିଟି ଶୋ ଭଏସ ଅଫ ଇଣ୍ଡିଆରେ ଜଣେ ପ୍ରତିଯୋଗୀଙ୍କୁ କିସ ଦେବାକୁ ନେଇ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଶୋ’ ର ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଯାହା ପରେ ପାପୋନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି । ତେବେ ପାପୋନଙ୍କ ଓକିଲଙ୍କ କହିବା ଅନୁସାରେ ଅଭିଯୋଗ କରିଥିବା ଓକିଲ ଭିଡିଓକୁ ଭୁଲ ନଜରରେ ଦେଖିଛନ୍ତି । ନିଜର ଦୃଷ୍ଟିକୋଣକୁ ପରିବର୍ତ୍ତନ କରିବା ଉଚିତ ।

ପାପୋନ ଫେସବୁକରେ ଏକ ଲାଇଭ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ପ୍ରତିଯୋଗୀଙ୍କ ସହିତ ଲାଇଟ ମୋମେଂଟ ସେୟାର କରିଛନ୍ତି । ତେବେ ଏହାକୁ ଲୋକ ବିରୋଧ କରିଥିବା ସୂଚନା ମିଳିଛି ।

ସୁପ୍ରିମ କୋର୍ଟର ଜଣେ ଓକିଲ ଏହି ଭିଡିଓକୁ ଦେଖି ଏହା ବିରୁଦ୍ଧରେ ମାମଲା ରୁଜୁ କରିଛନ୍ତି । ତାଙ୍କ କହିବା ଅନୁସାରେ ପାପୋନ ଖରାପ ଉଦ୍ଦେଶ୍ୟରେ କିସ କରିଛନ୍ତି । ତେବେ ଛୋଟ ଛୋଟ ପିଲା ଏଥିରେ ଭାଗ ନେଉଥିବାରୁ ସେ ଏହାକୁ ନେଇ ଚିନ୍ତିତ ଅଛନ୍ତି ।

ଅନ୍ୟ ପାଶ୍ୱର୍ରେ ପାପୋନଙ୍କର ଜଣେ ଫ୍ୟାନ କ୍ଲବ ୪୦ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ସେମାନଙ୍କ କହିବା ଅନୁସାରେ ସିଙ୍ଗରଙ୍କ ପ୍ରସିଦ୍ଧିକୁ କ୍ଷତି ପହଂଚାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More