ମୟୁରଭଂଜ ମହୋତ୍ସବରେ କମାଲ କଲେ ପପୁ ପମପମ
ନିଜ ମାଟିରେ ଖୁବ ମସ୍ତୀ କଲେ ହାସ୍ୟ ଅଭିନେତା ପପୁ ପମପମ । ଆଜ୍ଞା ହଁ ଗତକାଲି ମୟୁରଭଂଜରେ ଆୟୋଜନ ହୋଇଥିଲା ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ପପୁଙ୍କୁ ଦେଖିବାକୁ ମେଳାରେ ଖଚାଖଚ୍ ଭିଡ଼ ମଧ୍ୟ ଜମିଥିଲା । ତେବେ ଦର୍ଶକଙ୍କୁ ନିରାଶ କରି ନାହାଁନ୍ତି ପପୁ । ନିଜର ମନଛୁଅାଁ ନିଆରା ଅନ୍ଦାଜରେ ହସେଇ ହସେଇ ଦର୍ଶକଙ୍କୁ ବେଦମ କରିଦେଲେ । ପପୁଙ୍କ ଉପସ୍ଥିତି ଦର୍ଶକଙ୍କୁ ଯଥେଷ୍ଟ କିମିଆ କଲା । ଦର୍ଶକ ମଧ୍ୟ ପପୁଙ୍କ ଅଭିନୟକୁ ଉପଭୋଗ କରିବା ସହିତ ତାଙ୍କ ସହିତ ସେଲ୍ଫି ନେବାର କୌଣସି ସୁଯୋଗ ହାତଛଡ଼ା କଲେ ନାହିଁ ।