Only for Entertainment

ଫିଲ୍ମର ପୋଷ୍ଟରକୁ ନେଇ ପୁଣିଥରେ ବିବାଦ ଘେରରେ ଓଲିଉଡ ହାସ୍ୟ ଅଭିନେତା ପପୁ ପମ୍ ପମ୍ !

63

ଓଡିଆ ସିନେଜଗତର ଜଣାଶୁଣା ହାସ୍ୟ ଅଭିନେତା ପପୁ ପମପମ ଅନେକ ସମୟରେ ବ୍ୟକ୍ତିଗତ କାରଣରୁ ବିବାଦରେ ରହି ଆସିଛନ୍ତି। ହେଲେ ଏବେ ନିଜର ଆଗାମୀ ସିନେମା ‘ମିଷ୍ଟର କହ୍ନେୟା’ର ପୋଷ୍ଟର ପାଇଁ ବିବାଦ ଘେରକୁ ଆସିଛନ୍ତି । ଗଣେଶ ପୂଜା ଅବସରରେ ମୁକ୍ତି ଲାଭ କରିବାକୁ ଯାଉଥିବା ପପୁଙ୍କର ଏହି ସିନେମାର ଏକ ପୋଷ୍ଟର ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। । ଏହି ପୋଷ୍ଟରରେ ପପୁ କେତେଜଣ ଯୁବତୀଙ୍କ ବେକରେ ରସି ବାନ୍ଧି ଲଗାମ ଧରିବା ପୋଜରେ ନଜର ଆସିଛନ୍ତି । ପପୁଙ୍କର ଏହି ଅବତାରକୁ ଦର୍ଶକ ପସନ୍ଦ କରିବା ପରିବର୍ତ୍ତେ କଡା ଭାଷାରେ ସମାଲୋଚନା କରିଛନ୍ତି । ଖାଲି ସମାଲୋଚନା ନୁହେଁ ସୋସିଆଲ ମିଡିଆରେ ଉଭୟ ପପୁ ଏବଂ ପ୍ରଯୋଜନା ସଂସ୍ଥାକୁ ବି ବିରୋଧ ମଧ୍ୟ କରିଛନ୍ତି ୟୁଜର୍ସ ।

ରିଲିଜ୍ ହୋଇଥିବା ପୋଷ୍ଟରରେ ପପୁଙ୍କର ଏଭଳି ଅବତାରକୁ ଅତି କଟାକ୍ଷ କରି ସୋସିଆଲ ମିଡିଆରେ ଟ୍ରୋଲ କରିଛନ୍ତି ୟୁଜର୍ସ । ଏହି ପୋଷ୍ଟରରେ ନାରୀମାନଙ୍କୁ ଏ କି ସମ୍ମାନ ଦିଆଯାଇଛି ବୋଲି କିଛି ୟୁଜର ପ୍ରଶ୍ନ କରିବା ସହ ସିନେମା ପ୍ରଯୋଜନା ସଂସ୍ଥାଙ୍କୁ ଏହି ପୋଷ୍ଟରଟିକୁ ତୁରନ୍ତ ହଟାଇ ଦେବାକୁ ଅନୁରୋଧ କରିଛନ୍ତି ୟୁଜର୍ସ । ଏହା ସିନେମା ଜଗତକୁ କୁଠାରାଘାତ କରୁଛି । ଟଙ୍କା ଲୋଭରେ ବଶବର୍ତ୍ତି ହୋଇ ଆମ ସଂସ୍କୃତି , ପରମ୍ପରା , ଇମୋସନ ଭୁଲି ନ ଯିବାକୁ ଅନୁରୋଧ କରିଛନ୍ତି ୟୁଜର୍ସ ।

ସେପଟେ, ସୋସିଆଲ୍ ମିଡିଆରେ ସିନେମାର ଏଭଳି ପୋଷ୍ଟର ଭାଇରାଲ ହେବା ଏବଂ ସିନେମା ପ୍ରତି ଦର୍ଶକଙ୍କ ଅରୁଚିକର ମତାମତ ଆସିବା ପରେ ସ୍ପଷ୍ଟୀକରଣ ଦେଇଛି ପ୍ରଯୋଜନା ସଂସ୍ଥା । ଏଭଳି କୌଣସି ପୋଷ୍ଟର ଫିଲ୍ମ ପ୍ରଡକସନ ହାଉସ ପକ୍ଷରୁ ପ୍ରସ୍ତୁତ ହୋଇ ନଥିବା କହିବା ସହ ଏହା କୌଣସି ଫ୍ୟାନ କ୍ଲବର କାମ ହୋଇଥାଏ ପାରେ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି ।

ସୀତାରାମ ଅଗ୍ରୱାଲ୍ ଓ ନମିତା ଅଗ୍ରୱାଲଙ୍କ ପ୍ରଯୋଜିତ ସିଦ୍ଧାର୍ଥ ମ୍ୟୁଜିକର ୨୭ତମ ଚଳଚ୍ଚିତ୍ରରେ ପପୁଙ୍କୁ ନୂଆ ଅବତାର ଦେଖିବାକୁ ପାଇବେ ଦର୍ଶକ। ଏଥିରେ ଝିଲିକ୍ ଅଛନ୍ତି ନାୟିକା ଭୂମିକାରେ। ରମେଶ ରାଉତ ଏହାର ନିର୍ଦ୍ଦେଶକ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More