Only for Entertainment

ପୁଣି ଥରେ ଅସୁସ୍ଥ ହେଲେ କମେଡ଼ି କିଙ୍ଗ ପପୁ ପମପମ ।

youtube
0 46

ପୁଣି ହସ୍ପିଟାଲ ବେଡରେ ପପୁ ପମପମ । ଓଲିଉଡ ହାସ୍ୟ ଅଭିନେତା ପପୁ ପମପମ ପୁଣିଥରେ ଅସୁସ୍ଥ ହୋଇ ଦିଲ୍ଲୀରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଦିଲ୍ଲୀର ଏକ ହସ୍ପିଟାଲରେ ଦୀର୍ଘ ଦୁଇ ସପ୍ତାହ ଧରି ଚିକିତ୍ସିତ ହେଉଛନ୍ତି ପପୁ । ତେବେ କେଉଁ ହସ୍ପିଟାଲରେ ସେ ଚିକିତ୍ସିତ ହେଉଛନ୍ତି ତାହା ଜଣା ପଡିନାହିଁ । ଏପରିକି ପରିବାର ଲୋକ ଓ ନିକଟ ସର୍ମ୍ପକୀୟ ମାନେ ପପୁଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ସ୍ପଷ୍ଟ କରିନାହାନ୍ତି । କିଛି ଦିନ ପୂର୍ବରୁ ପପୁ ସୁସ୍ଥ ହୋଇ ଓଡିଶା ଫେରିଥିଲେ ।

ପୂର୍ବରୁ ପାନକ୍ରିଆସ ରୋଗରେ ସଂକ୍ରମିତ ହୋଇ ଗୁରୁତର ଭାବେ ଅସୁସ୍ଥ୍ ହୋଇଥିଲେ ପପୁ । ଏପରିକି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଏତେ ବିଗିଡି ଯାଇଥିଲା ଯେ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ଏମ୍ସକୁ ନିଆଯାଇଥିଲା । ସେଠାରେ ଦୀର୍ଘ ୨ ମାସ ଧରି ଚିକିତ୍ସିତ ହେବା ପରେ ମୃତ୍ୟୁକୁ ମାତ୍ ଦେଇଥିଲେ କମେଡି କିଙ୍ଗ ପପୁ । ଲକ୍ଷ ଲକ୍ଷ ପ୍ରଂଶସକଙ୍କ ଆର୍ଶୀବାଦ ଯୋଗୁଁ ସେ ନୂଆ ଜୀବନ ପାଇଥିଲେ ବୋଲି କହିଥିଲେ ପପୁ । କିନ୍ତୁ ପୁଣିଥରେ ପପୁ ଅସୁସ୍ଥ ହେବା ଖବର ଜଣା ପଡିବା ପରେ ପ୍ରଂଶସକ ମାନେ ତାଙ୍କ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More