Only for Entertainment

ଏହି ଦିନ ରିଲିଜ ହେବ ପପୁ ପମ୍ ପମ୍ ଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଚିରକୁଟ’, ସତ କାହଣୀ ଉପରେ ଆଧାରିତ ଫିଲ୍ମ

you tube
46

ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଓଡିଆ  ସିନେମା ହେଉଛି ‘ଚିରୁକୁଟ୍’ । ଫିଲ୍ମଟି ଚର୍ଚ୍ଚାରେ ରହିବାର ମୁଖ୍ୟ କାରଣ ହେଉଛି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି କମେଡିଆନ ପପୁ ପମ୍ ପମ୍ ।  ସେ ଏହି ସିନେମା ଜରିଆରେ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଥାପିଛନ୍ତି । ଆଉ ଏକ ବଡ କଥା ହେଉଛି ପପୁ ପମ୍ ପମ୍ କେବଳ ଫିଲ୍ମ ନିର୍ଦ୍ଦେଶନା ଦେଇନାହାଁନ୍ତି ଏହାର ମ୍ୟୁଜିକ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ‘ଚିରକୁଟ’ର କାହାଣୀ ସତ୍ୟ ଘଟଣା ଉପରେ ଆଧାରିତ ବୋଲି କୁହାଯାଉଛି । ଫିଲ୍ମକୁ ନେଇ ଜୋର ସୋର ଚର୍ଚ୍ଚା ଲାଗିଥିବା ବେଳେ ଫିଲ୍ମର ରିଲିଜ ଡେଟ ସାମ୍ନାକୁ ଆସିଛି । ଫିଲ୍ମ ଏପ୍ରିଲ ୧୨ ତାରିଖରେ ରିଲିଜ ହେବାକୁ ଯାଉଛି ।

ଏହି ଓଡିଆ ସିନେମା ମୁଖ୍ୟତଃ ନବାଗତ କଳାକାରମାନଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଏଥିରେ ଅନ୍ୟନ୍ୟା ଅରୋଜିତ, ସଂସ୍କୃତି, ଦୀପକ, କୃପାସିନ୍ଧୁ ଓ ଆକାକ୍ଷାଂକୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଏହି ସିନେମାର ପ୍ରଯୋଜକ ହେଲେ ଅକ୍ଷୟ ପରିଜା । ଆଗରୁ ଅକ୍ଷୟ ଥୁକୁଲ୍, ‘କେହି ନୁହେଁ କାହାର’, ‘ଅଗସ୍ତ୍ୟ’, ‘ଫୋର ଇଡିୟଟସ’ ଓ ‘ବାଏ ବାଏ ଦୁବାଇ’ ଭଳି ବେଶ କେତୋଟି ସଫଳ ସିନେମା ନିର୍ମାଣ କରିସାରିଛନ୍ତି ।

ଏହି ଫିଲ୍ମର ମ୍ୟୁଜି୍କ ରିଲିଜ ହୋଇ ସାରିଛି । ଏଥିରେ ଅସୀମା ପଣ୍ଡା, ଅନ୍ତରା ଚକ୍ରବର୍ତୀ ଏବଂ ପପୁ ପମ୍ ପମ୍ ପ୍ରମୂଖ କଣ୍ଠଦାନ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More