Only for Entertainment

ରିଲିଜ ହେଲା ‘ଜଜମେଂଟାଲ୍ ହୈ କ୍ୟା’ର ନୂଆ ଗୀତ, ଦେଖନ୍ତୁ ଭିଡିଓ

Firstpost
44

ଆଗାମୀ ବଲିଉଡ୍ ବ୍ଲାକ୍ କମେଡି ଫିଲ୍ମ ‘ଜଜମେଂଟାଲ୍ ହୈ କ୍ୟା’ର ନୂଆ ଗୀତ ମୁକ୍ତିଲାଭ କରିଛି । ଫିଲ୍ମଟି ଦୁଇ ଜଣ ପଡୋଶୀ ବବି ଗିରେୱାଲ୍ ଓ କେଶବଙ୍କୁ ନେଇ ଗତିଶୀଳ ହୋଇଛି । ଏଥିରେ ବବି ଚରିତ୍ରରେ ଅଭିନେତ୍ରୀ କଙ୍ଗନା ରଣାୱତ ଏବଂ କେଶବ ଚରିତ୍ରରେ ରାଜକୁମାର୍ ରାଓଙ୍କୁ ଦେଖିବାକୁ ମିଳିବ । ରିଲିଜ୍ ହୋଇଥିବା ଏହି ଗୀତରେ ରହିଛି ବବି ଓ କଶେବ ମଧ୍ୟରେ ଛକା – ପଂଝାର ଦୃଶ୍ୟ । ରଚିତା ଅରୋରାଙ୍କ ସଙ୍ଗୀତରେ ରିଲିଜ୍ ହୋଇଥିବା ଏହି ଗୀତରେ ଶୁଣିବାକୁ ମିଳିଛି ଅରୁଣ ଦେବ ୟାଦବଙ୍କ ଗାୟିକୀ ।

ଫିଲ୍ମର କାହାଣୀକୁ ନଜରରେ ରଖି ଏହିପରି ଗୀତ ପ୍ରସ୍ତୁତ କରିଛନ୍ତି ମେକର୍ । ତେବେ କିଛି ଦିନ ଆଗରୁ ସିନେମାର ଟ୍ରେଲର୍ ମୁକ୍ତିଲାଭ କରିଥିଲା ଯାହାକୁ ଅଡିଏନ୍ସ ପସନ୍ଦ କରିଥିଲେ । ବାଲାଜି ମୋସନ୍ ପିକଚର୍ସ ବ୍ୟାନରର ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ପ୍ରକାଶ କୋଭେଲାମୁଡ୍ଡି । ଏହି ସିନେମାରେ ଜିମ୍ମି ସରଗିଲ୍, ଅମିରା ଦସ୍ତୁର୍, ସୁଦେବ ନାୟାର୍, ସତିଶ କୌଶିକ୍, ମିମୋ ଚକ୍ରୋବର୍ତି, ରାଜେଶ ଜୟଶ୍, ହ୍ରିଷିତା ଭଟ୍ଟ ଆଦି କଳାକାରଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ୨୬ ଜୁଲାଇରେ ପରଦାକୁ ଆସିବ ଚଳଚ୍ଚିତ୍ର ‘ଜଜମେଂଟାଲ୍ ହୈ କ୍ୟା’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More