Only for Entertainment

୧୨ ବର୍ଷ ପୂର୍ବରୁ ପରେଶ ରାୱଲଙ୍କୁ ସଂଜୟ ଦତ୍ତଙ୍କ ବାପା ଏହି ଚିଠି ଲେଖିଥିଲେ ।

AAJTAK
0 40

ଅଭିନେତା ସଂଜୟ ଦତ୍ତଙ୍କ ବାୟୋପିଙ୍କ ଫିଳ୍ମ ‘ସଂଜୁ’ ୨୯ ଜୁନକୁ ରିଲିଜ ହେବାକୁ ଯାଉଛି । ଫିଲ୍ମରେ ପରେଶ ରାୱଲ ସଂଜୟ ଦତ୍ତଙ୍କ ବାପା ସୁନିଲ ଦତ୍ତଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି । ପରେଶ ରାୱଲ କହିଛନ୍ତିଯେ ସୁନିଲ ଦତ୍ତଙ୍କ ଚରିତ୍ରରେ ଅଭିନୟ କରିବା ବୋଧ ହୁଏ ମୋ ଭାଗ୍ୟରେ ପୂର୍ବରୁ ଲେଖାଥିଲା । ସେ ତାଙ୍କ ଜୀବନର ଏକ ହୃଦୟଛୁଆଁ କଥା ସେୟାର କରିଛନ୍ତି । ଆସନ୍ତୁ ଜାଣିବା ।

ଅଭିନେତା କହିଲେ,୨୫ ମଇ ୨୦୦୫ର କଥା । ସେ ଫିଲ୍ମ ‘ଦିୱାନେ ହୁଏ ପାଗଲ’ର ସୁଟିଂରେ ବ୍ୟସ୍ତ ଥିଲେ । ସେ ଆମେରିକାରୁ ଫେରିଥିଲେ । ହୋଟେଲକୁ ଆସି ସେ ତାଙ୍କ ପତ୍ନୀକୁ ଫୋନ କଲେ । ତାଙ୍କ ପତ୍ନୀ କହିଲେଯେ ଦତ୍ତ ସାର ଗୋଟେ ଚିଠି ଦେଇ ଯାଇଛନ୍ତି । ପରେଶ ଚମକି ପଡ଼ିଲେ ଏବଂ କହିଲେ ସେ ମୋତେ କାହିଁକି ଚିଠି ଲେଖିବେ । ତାଙ୍କ ପତ୍ନୀ କହିଲେଯେ ସେ ତୁମକୁ ଜନ୍ମଦିନର ଶୁଭେତ୍ସା ଜଣାଇଛନ୍ତି । ପରେଶ ଭାବିଲେ ତାଙ୍କ ଜନ୍ମଦିନ ୩୦ ମଇକୁ କିନ୍ତୁ ସୁନିଲ ସାହେବ ୫ ଦିନ ପୂର୍ବରୁ କାହିଁକି ଚିଠି ଦେଇଛନ୍ତି ।

ପରେଶଙ୍କ କହିବା ଅନୁସାରେ ତାଙ୍କୁ ଆସିଥିବା ଶୁଭକାମନା ଚିଠିକୁ ସେ ସମୟ ବାହାର କରି ହଟାଇ ଦିଅନ୍ତି । କିନ୍ତୁ ୧୨ ବର୍ଷ ବିତିଗଲାଣି କିନ୍ତୁ ଏବେ ମଧ୍ୟ ସୁନିଲଙ୍କର ସେହି ଚିଠି ତାଙ୍କ ଡ୍ରରେ ପଡ଼ିରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More