Only for Entertainment

ପରେଶ ରାୱଲଙ୍କୁ ଜନ୍ମଦିନରେ ମିଳିଲା ବଡ ଉପହାର, ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟରରେ କଲେ ପ୍ରଶଂସା !

53

ହିନ୍ଦୀ ଫିଲ୍ମ ଜଗତରେ ସବୁଠାରୁ ଶ୍ରେଷ୍ଠ କଳାକାରଙ୍କ ନାଁ ତାଲିକାରେ ରହିଛି ଏହି କଳାକାରଙ୍କ ନାଁ , ବାବୁରାଓ ଅର୍ଥାତ ପରେଶ ରାୱଲ । ଆଜି ପରେଶ ରାୱଲଙ୍କ ୬୪ତମ ଜନ୍ମଦିବସ । ଆଜି ଯେଉଁଠି ଜୀବନର ୬୪ବର୍ଷରେ ପଦାର୍ପଣ କରିଛନ୍ତି ପରେଶ ରାୱଲ, ସେହିଭଳି ଏହି କଥାକୁ ନେଇ ଖୁସି ଯେ ପ୍ରଧାନମନ୍ତ୍ରୀ ମୋଦି ବହୁମତ ଭୋଟ ପାଇଁ ୨୦୧୯ ଲୋକସଭା ନିର୍ବାଚନରେ ଜିତ ହାସଲ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ମୋଦି ୨ୟ ଥର ଶପଥ ପାଠ ଗ୍ରହଣ କରିବାକୁ ଯାଉଛନ୍ତି ଏବଂ ଏହା ପରେଶ ରାୱଲ ବେଷ୍ଟ ଉପହାର ବୋଲି କହିଛନ୍ତି ।

ପରେଶ ନିଜ ଜନ୍ମଦିନ ଠାରୁ ଅଧିକ ପ୍ରଧାନମନ୍ତ୍ରୀଙ୍କ ଶପଥ ପାଠକୁ ନେଇ ଖୁସି ଅଛନ୍ତି । ଏହି ଖୁସିକୁ ସେ ଟ୍ୱିଟର ଜରିଆରେ ଜାହିର କରିଛନ୍ତି ।

ନିଜର ଏହି ପୋଷ୍ଟରେ ପ୍ରଧାନମନ୍ତ୍ରୀଙ୍କୁ ଟ୍ୟାଗ କରିଛନ୍ତି ଏହି ଅଭିନେତା । ପରେଶ ରାୱଲଙ୍କ ଜନ୍ମଦିନ ପାଇଁ ବଲିଉଡ ଇଣ୍ଡଷ୍ଟ୍ରିର ବହୁ କଳାକାର ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଦୁଇ ଦଶକରୁ ମଧ୍ୟ ଅଧିକ ଦିନ ଧରି ଦର୍ଶକଙ୍କୁ ମନୋରଂଜନ କରାଉଥିବା ପରେଶ ରାଜନୀତିରେ ମଧ୍ୟ ଖୁବ ସକ୍ରିୟ ରୁହନ୍ତି ।

୨୦୧୪ରେ ଲୋକସଭା ନିର୍ବାଚନରେ ସେ ବିଜେପି ତରଫରୁ ଅହମଦାବାଦ ଇଷ୍ଟ ପାଇଁ ଟିକଟ ପାଇଥିଲେ ଏବଂ ଜିତ ମଧ୍ୟ ହାସିଲ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More